ଶ୍ରୀନଗର: ଜମ୍ମୁ କଶ୍ମୀର ପୁଞ୍ଚ୍ ଜିଲ୍ଲାର ସୀମାରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ ଯବାନ ଶହୀଦ୍ ହୋଇଛନ୍ତି। ଶହୀଦ ଯବାନ ୨୩ ବର୍ଷୀୟ ହେମରାଜ ଜାଟ୍। ଏହି ବୀର ଯବାନ ରାଜସ୍ଥାନ ଅଲଓ୍ୱର ଜିଲ୍ଲାର। ୨୦୧୭ରେ ସେ ସେନାରେ ଭର୍ତ୍ତି ହୋଇଥିଲେ।
ଗତକାଲି ଅପରାହ୍ନ ଗୋଟାଏ ସମୟରେ ପାକିସ୍ତାନ ପୁଞ୍ଚ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏହି ଅସ୍ତ୍ରବିରତି ବେଳେ ପାକିସ୍ତାନ ଛୋଟ ଛୋଟ ଅସ୍ତ୍ର ସାଙ୍ଗକୁ ଗୁଳି ମଧ୍ୟ ବ୍ୟବହାର କରିଥିଲା। ଭାରତ ମଧ୍ୟ ଏହାର କଡ଼ା ଜବାବ ଦେଉଛି।
ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ମଧ୍ୟ ପରମାଣୁ ଧମକ ସହିତ ଯୁଦ୍ଧ ଧମକ ଦେଇସାରିଛନ୍ତି। ଏମିତିକି ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ସୀମା ପଟୁ ୨୨୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିବା ଜଣାପଡ଼ିଛି।
from Odisha Reporter https://ift.tt/2knOHWH
No comments:
Post a Comment