ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଦେଶବାସୀଙ୍କ ହୃଦୟରେ ଘରେ କରିନାହାନ୍ତି ବରଂ ସେ ବିଶ୍ୱ ଦରବାରରେ ମଧ୍ୟ ନିଜର ମହାନତା ପ୍ରଦର୍ଶନ କରିଛନ୍ତି। ଦୁଇ ଦିନିଆ ରୁଷ ଗସ୍ତରେ ଥିବା ମୋଦି କେମିତି ସମସ୍ତଙ୍କ ହୃଦୟଜିତିବାକୁ ସକ୍ଷମ ହୋଇଛନ୍ତି, ତା’ର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।
ରୁଷ ଗସ୍ତରେ ଯାଇଥିବା ମୋଦି ଗତକାଲି ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମରେ ଯୋଗଦେଇଥିଲେ। ମୋଦି ମୁଖ୍ୟ ଅତିଥି ହୋଇଥିବାରୁ ତାଙ୍କ ସହ ଅନ୍ୟ ପ୍ରତିନିଧିମାନେ ଫଟୋ ଉଠାଇଥିଲେ।
ଏହି ସମୟରେ ଅନ୍ୟମାନଙ୍କ ପାଇଁ ଚେୟାର ପଡ଼ିଥିବା ବେଳେ ମୋଦିଙ୍କ ପାଇଁ ଅତ୍ୟାଧୁନିକ ସୋଫାର ବ୍ୟବସ୍ଥା କରାଯାଇଥିଲା। ସେଠାରେ ଉପସ୍ଥିତ ଅଧିକାରୀମାନେ ମୋଦିଙ୍କୁ ସୋଫାରେ ବସିବାକୁ କହିଥିଲେ। ହେଲେ ମୋଦି ତୁରନ୍ତ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।
ସେ ମଧ୍ୟ ଅନ୍ୟମାନଙ୍କ ଭଳି ସୋଫା ବଦଳରେ ଚେୟାରରେ ବସିବେ ବୋଲି କହିଥିଲେ। ମୋଦି ସୋଫାରେ ବସିବାକୁ କୁଣ୍ଠାବୋଧ ପ୍ରକାଶ କରିବାରୁ ତାଙ୍କ ପାଇଁ ସାଧାରଣ ପ୍ରତିନିଧିଙ୍କ ଭଳି ଚେୟାର ଅଣାଯାଇଥିଲା।
ପରେ ମୋଦି ସେଥିରେ ବସି ଫଟୋ ଉଠାଇଥିଲେ। ଏହି ଦୃଶ୍ୟର ଭିଡିଓ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଟ୍ୱିଟ କରିଛନ୍ତି। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରଳତା ଆଜି ପୁଣି ବିଶ୍ୱ ଦେଖିଛି। ତାଙ୍କ ପାଇଁ ସୋଫା ବ୍ୟବସ୍ଥା ହୋଇଥିଲେ ହେଁ ସେ ଅନ୍ୟ ଲୋକଙ୍କ ସହ ଚେୟାରରେ ହିଁ ବସିବାକୁ ଅଧିକ ପସନ୍ଦ କରିଥିଲେ।”
ଦେଖନ୍ତୁ ସେହି ଭିଡିଓ
PM @NarendraModi जी की सरलता का उदाहरण आज पुनः देखने को मिला, उन्होंने रूस में अपने लिए की गई विशेष व्यवस्था को हटवा कर अन्य लोगों के साथ सामान्य कुर्सी पर बैठने की इच्छा जाहिर की। pic.twitter.com/6Rn7eHid6N
— Piyush Goyal (@PiyushGoyal) September 5, 2019
from Odisha Reporter https://ift.tt/2HQSAfn
No comments:
Post a Comment