ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା ସେଇଆ ହେଲା। ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍) ବିଧାୟକ ଅଳକା ଲାମ୍ବା ଶେଷରେ ଦଳକୁ ଗୁଡବାଏ କହିଛନ୍ତି। ପୂର୍ବରୁ ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ। ତେଣୁ ସେ କଂଗ୍ରେସରେ ମିଶିବା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି।
ଅଳକା ଆଜି ଟ୍ୱିଟ କରି କହିଛନ୍ତି, “ଦୀର୍ଘ ୬ ବର୍ଷ କାଳ ଆପ୍ରେ ରହି ଅନେକ କିଛି ଶିଖିଛି। ଏବେ କିନ୍ତୁ ଦଳକୁ ଗୁଡବାଏ କହିବାର ସମୟ ଆସିଯାଇଛି। ତେଣୁ ମୁଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି। ଏହି ୬ ବର୍ଷ ମୋତେ ଆପ୍ ଦେଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି।”
ଆସନ୍ତାବର୍ଷ ପ୍ରଥମ ଭାଗରେ ହିଁ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଅଳକାଙ୍କ ଇସ୍ତଫା ଆପ୍ ପାଇଁ ଶକ୍ତ ଝଟ୍କା ସଦୃଶ ହୋଇଛି। ଅଳକା ଆପ୍ ଟିକେଟ୍କୁ ନିର୍ବାଚନ ଲଢ଼ିଥିଲେ। ଦଳ ତାଙ୍କୁ ଚାନ୍ଦିନଚୌକୁ ପ୍ରାର୍ଥୀ କରିଥିଲା। ସେ ଏହି ଆସନରୁ ଜିତି ବିଧାନସଭାକୁ ଯାଇଥିଲେ।
from Odisha Reporter https://ift.tt/2ZEuajn
No comments:
Post a Comment