ନୂଆଦିଲ୍ଲୀ: ଏମ୍ସରେ ଗୁଗୁତର ଭାବେ ଚିକିତ୍ସିତ ହେଉଥିବା ଉନ୍ନାଓ ଦୁଷ୍କର୍ମ ମାମଲାର ପୀଡ଼ିତାଙ୍କ ବୟାନ ଆଜି ରେକର୍ଡ କରିଛି ସିବିଆଇ। ଜୁଲାଇ ୨୮ରେ ଉନ୍ନାଓ ପୀଡ଼ିତା ରାଏ ବରେଲିକୁ ଯାଉଥିବା ବେଳେ ଏକ ନମ୍ୱର ଲୁଚାଯାଇଥିବା ଟ୍ରକ ଆସି ତାଙ୍କ କାର୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ମାମଲାରେ ସିବିଆଇ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି। ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସିବିଆଇ ବୟାନ ରେକର୍ଡ କରିପାରୁ ନଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ସିବିଆଇ ବୟାନ ରେକର୍ଡ କରିଛି।
Sources: Central Bureau of Investigation (CBI) has recorded the statement of Unnao rape survivor, at AIIMS (All India Institute of Medical Sciences) Delhi. pic.twitter.com/dia7lwrPOc
— ANI (@ANI) September 2, 2019
ସୂଚନାଯୋଗ୍ୟ, ଜୁଲାଇ ୨୮ରେ ଉନ୍ନାଓ ପୀଡ଼ିତା ତାଙ୍କ ଆଇନଜୀବୀଙ୍କ ସହ ରାଏ ବରେଲିକୁ ଏକ କାର୍ରେ ଯାଉଥିଲେ। ଏହି ସମୟରେ ଆଗ ପଟୁ ଏକ ଟ୍ରକ ଆସି ପୀଡ଼ିତାଙ୍କ କାରକୁ ଧକ୍କା ଦେଇଥିଲା। ଏଥିରେ ପୀଡ଼ିତାଙ୍କ ଖୁଡୀ ଓ ମାଉସୀଙ୍କର ମୃତ୍ୟୁ ଘଟିଥିଲା। ସେ ଓ ତାଙ୍କ ଆଇନଜୀବୀ ଏବେ ଗୁରୁତର ଅବସ୍ଥାରେ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଏହି ଦୁର୍ଘଟଣା ପଛରେ ଦୁଷ୍କର୍ମ ମାମଲାରେ ଜେଲରେ ଥିବା ମୁଖ୍ୟ ଅଭିଯୁକ୍ତ ଉନ୍ନାଓ ବିଧାୟକ ବିଧାୟକ କୁଲଦୀପ ସେନଗାର ରହିଥିବା ଅଭିଯୋଗ ହୋଇଥିଲା। ଏହାପରେ ସୁପ୍ରିମକୋର୍ଟ ଏହି ଦୁର୍ଘଟଣା ମାମଲାର ତଦନ୍ତ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ସିବିଆଇ ପୂର୍ବରୁ ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ବେଳେ ଏବେ ଦୁର୍ଘଟଣା ମାମଲାର ମଧ୍ୟ ତଦନ୍ତ କରୁଛି।
ଦୁର୍ଘଟଣା ଘଟାଇଥିବା ଟ୍ରକଟିର ନମ୍ୱରରେ କଳା ରଙ୍ଗ ଲେପା ହୋଇଥିବାରୁ ଦୁର୍ଘଟଣାକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ମଧ୍ୟ ଗିରଫ୍ ହୋଇସାରିଛି।
from Odisha Reporter https://ift.tt/2kjsHfq
No comments:
Post a Comment