ବଲିଉଡ୍‌ ସେଲିବ୍ରିଟିଙ୍କର ଘରେ ଗଣପତି ବାପ୍ପାଙ୍କ ଆଗମନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 2, 2019

ବଲିଉଡ୍‌ ସେଲିବ୍ରିଟିଙ୍କର ଘରେ ଗଣପତି ବାପ୍ପାଙ୍କ ଆଗମନ

ମୁମ୍ବାଇ: ସାରା ଦେଶରେ ଗଣେଶ ଚତୁର୍ଥିର ମାହୋଲ୍‌। ସବୁଠି ବେଶ୍‌ ଧୂମ୍‌ଧାମ୍‌ରେ ବିଘ୍ନ ବିନାଶକଙ୍କୁ ସ୍ୱାଗତ କରାଯାଉଛି। ବିଶେଷକରି ମହାରାଷ୍ଟ୍ରରେ ଏହା ହେଉଛି ସବୁଠୁ ବଡ଼ ଉତ୍ସବ। ବଲିଉଡ଼୍ ସେଲେବ୍ରିଟିମାନେ ମଧ୍ୟ ଏହି ଉତ୍ସବକୁ ବେଶ୍ ଧୂମ୍‌ଧାମ୍‌ରେ ପାଳନ କରୁଛନ୍ତି।  ସମସ୍ତେ ବାପ୍ପାଙ୍କୁ ବଡ଼ ଉତ୍ସାହର ସହ ଘରକୁ ଆଣିଛନ୍ତି।

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟି ଗଣେଶ ଚତୁର୍ଥୀର ଶୁଭ ଅବସରରେ ନିଜ ଘରେ ଭଗବାନ ଗଣେଶଙ୍କ ମୂର୍ତ୍ତୀର ସ୍ଥାପନା କରିଛନ୍ତି। ଶିଳ୍ପା ପ୍ରତିବର୍ଷ ବେଶ୍ ଧୂମଧାମ୍‌ରେ ଗଣପତିଙ୍କ ମୂର୍ତ୍ତୀ ନିଜ ଘରେ ସ୍ଥାପନା କରନ୍ତି। ସେ ସମ୍ପୂର୍ଣ୍ଣ ରୀତିନୀତି ସହ ପୂଜାଅର୍ଚ୍ଚନା କରି ଭଗବାନ ଗଣେଶଙ୍କୁ ବିସର୍ଜନ କରିଥାନ୍ତି।

ବଲିଉଡ ଅଭିନେତା ବିବେକ ଓବରୟ ମଧ୍ୟ ନିଜ ଘରକୁ ବାପ୍ପାଙ୍କୁ ଆଣିଛନ୍ତି। ଗଣପତିଙ୍କୁ ଘରକୁ ସ୍ୱାଗତ କରିବାର ଉତ୍ସାହ ବିବେକଙ୍କ ମୁହଁରୁ ବେଶ୍ ଭଲଭାବେ ଜଣାପଡ଼ୁଛି। ବିବେକ ଓବରୟଙ୍କ ପତ୍ନୀ ସମ୍ପୂର୍ଣ୍ଣ ରୀତିନୀତି ସହ ପୂଜାଅର୍ଚ୍ଚନା କରି ଘରକୁ ବାପ୍ପାଙ୍କର ସ୍ୱାଗତ କରିଥିଲେ।

ଅଭିନେତା ସଞ୍ଜୟ ଦତ୍ତଙ୍କ ପୁଅ ମଧ୍ୟ ସମ୍ପୂର୍ଣ୍ଣ ରୀତିନୀତି ସହ ଗଣପତି ବାପ୍ପାଙ୍କୁ ନଜ ଘରକୁ ଆଣିଛନ୍ତି। ବଲିଉଡର ପ୍ରାୟ ସମସ୍ତ ସେଲିବ୍ରିଟିଙ୍କ ଘରେ ଏହି ଉତ୍ସବ ବେଶ୍‌ ଧୂମଧାମ୍‌ରେ ପାଳନ କରାଯାଏ।



from Odisha Reporter https://ift.tt/2llo3xA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages