ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ନେଇ ବିଜେପି-ଶିବେସନା ମଧ୍ୟରେ କେଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 30, 2019

ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ନେଇ ବିଜେପି-ଶିବେସନା ମଧ୍ୟରେ କେଁ

ମୁମ୍ବାଇ: ମହାରାଷ୍ଚ୍ରରେ ବିଜେପି-ଶିବସେନା ସରକାରରେ ନେତୃତ୍ୱକୁ ନେଇ ବିବାଦ ଥମିବା ପରେ ଆଉ ଏକ ବିବାଦ ତେଜିଛି। ଏବେ ସରକାର ଗଢ଼ିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଦୁଇ ଦଳ ପରସ୍ପର ମଧ୍ୟରେ ମନ୍ତିମଣ୍ଡଳ ବାବଦରେ ଆଲୋଚନା ଆରମ୍ଭ କରିଛନ୍ତି। ହେଲେ ଶିବସେନା ଯେତିକି ମନ୍ତ୍ରିପାଇଁ ଦାବି କରୁଛି ସେଥିରେ ବିଜେପି ରାଜି ହେଉ ନାହିଁ। ଯାହାକୁ ନେଇ ପୁଣି ଶିବସେନା ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି।

୨୮୮ ବିଧାନସଭା ଆସନ ବିଶିଷ୍ଟ ମହାରାଷ୍ଟରେ ସର୍ବାଧିକ ୪୩ ଜଣ ମନ୍ତ୍ରୀ ରହିବାର ବ୍ୟବସ୍ଥା ରହିଛି। ଶିବସେନା ୨୧:୧୮:୦୪ ଫର୍ମୁଲାରେ ସରକାର ଗଢ଼ିବା ପାଇଁ ପ୍ରସ୍ତାବ ଦେଇଛି। ଅର୍ଥାତ୍ ବିଜେପିର ୨୧, ଶିବସେନାର ୧୮ ଏବଂ ସହଯୋଗୀ ଦଳର ୪ ଜଣ ମନ୍ତ୍ରୀମଣ୍ଡଳରେ ରହିବେ। ଏଥିସହ ଶିବସେନା ବଡ଼ ବଡ଼ ବିଭାଗ ପାଇଁ ଦାବି କରିଛି। ହେଲେ ଶିବସେନାର ୧୪ଜଣ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେବାକୁ ବିଜେପି ରାଜି ହୋଇଛି। ଯାହାକୁ ନେଇ ଶିବସେନା ଏବେ ଅସନ୍ତୋଷ ପ୍ରକାଶ କରିଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିସାରିଛନ୍ତି ଯେ ଗୃହ ଏବଂ ନଗର ଉନ୍ନୟନ ବିକାଶ ବିଭାଗର ଦାୟିତ୍ୱ ନିଜ ଦଳ ପାଖରେ ରହିବ।

ପ୍ରତିବଦଳରେ ବିଜେପି ଶିବସେନାକୁ ଅର୍ଥମନ୍ତ୍ରୀ ଏବଂ ପିଡବ୍ଲ୍ୟୁଡି ବିଭାଗ ଦେବ ବୋଲି ଚିନ୍ତା କରୁଛି। ହେଲେ ଦଳର କିଛି ବରିଷ୍ଠ ନେତା ଏହାକୁ ବିରୋଧ କରୁଥିବା ଜଣାପଡ଼ିଛି। ତେବେ ଉପମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଶିବସେନାକୁ ପ୍ରସ୍ତାବ ଦେଇସାରିଛି ବିଜେପି।

୨୦୧୪ରେ ନିର୍ବାଚନ ପରେ ବିଜେପି ନେତୃତ୍ୱାଧୀନ ମେଣ୍ଟରେ ଶିବସେନା ସାମିଲ ହୋଇଥିଲା। ଏହି ସମୟରେ ୨୬:୧୩:୦୪ ଫର୍ମୁଲା ଲାଗୁ ହୋଇଥିଲା। ଅର୍ଥାତ୍ ମନ୍ତ୍ରିମଣ୍ଡଳରେ ବିଜେପିର ୨୬, ଶିବସେନାର ୧୩ ଏବଂ ଅନ୍ୟାନ୍ୟ ସହଯୋଗୀ ଦଳର ୪ ବିଧାୟକ ମନ୍ତ୍ରୀ ହୋଇଥିଲେ।

ନିର୍ବାଚନ ଫଳାଫଳ ପରେ ଶିବସେନା ୧୯୯୫ ଶିବସେନା-ବିଜେପି ମେଣ୍ଟ ସରକାରର ଫର୍ମୁଲା ଦୋହରାଇବାକୁ ପ୍ରସ୍ତାବ ଦେଇଥିଲା। ଯେଉଁଥିରେ ଶିବସେନାକୁ ମୁଖ୍ୟମନ୍ତ୍ରୀ ଆସନ ମିଳିଥିଲା ବିଜେପିକୁ ଉପମୁଖ୍ୟମନ୍ତ୍ରୀ ଆସନ ସହ ଗୃହ, ଅର୍ଥ, ପିଡବ୍ଲ୍ୟୁଡି ଭଳି ବଡ଼ ବଡ଼ ବିଭାଗ ମିଳିଥିଲା। ତେବେ ଶିବସେନାର ଏହି ୧୯୯୫ ଫର୍ମୁଲାକୁ ବିଜେପି ଆରମ୍ଭରୁ ରଦ୍ଦ କରିଦେଇଛି।



from Odisha Reporter https://ift.tt/2MZXZ6A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages