ଆବଶ୍ୟକୀୟ ସାମଗ୍ରୀ: ଆମ୍ବ ରସ, ମଇଦା, ବେକିଂ ପାଉଡର, ବେକିଂ ସୋଡା, କଣ୍ଡେନ୍ସ ମିଲ୍କ, ଚିନି ପାଉଡର, ଗୁଜୁରାତି ଗୁଣ୍ଡ, କ୍ଷୀର, ଘିଅ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମଇଦା, ବେକିଂ ସୋଡା ଏବଂ ବେକିଂ ପାଉଡରକୁ ଏକାଥରେ ଗୋଟିଏ ପାତ୍ରରେ ମିଶ୍ରଣ କରି ଦିଅନ୍ତୁ। ଏହାପରେ ଅନ୍ୟ ଏକ ପାତ୍ରରେ କଣ୍ଡେନ୍ସ ମିଲ୍କ, ଘିଅ ଓ ଆମ୍ବରସକୁ ମିଶାଇ ଭଲଭାବେ ଫେଣ୍ଟି ଦିଅନ୍ତୁ। ଫେଣ୍ଟିବା ପରେ ସେଥିରେ ଲୁଣ, ଚିନି ଗୁଣ୍ଡ, ଗୁଜୁରାତୀ ଗୁଣ୍ଡ ପକାଇ ଭଲଭାବେ ମିକ୍ସ କରନ୍ତୁ। ଏଥିରେ ପୂର୍ବରୁ ପ୍ରସ୍ତୁତ ମଇଦା ମିଶ୍ରଣ ମିଶାଇବା ପରେ ଯଦି ମିଶ୍ରଣ ବହଳିଆ ଲାଗେ ତେବେ ମିଶ୍ରଣରେ କିଛି କ୍ଷୀର ମିଶାଇଦିଅନ୍ତୁ।
ଏବେ ଆପଣ ଓଭନ୍ ୧୮୦ ଡିଗ୍ରୀ ଗରମ କରିବାକୁ ବସାନ୍ତୁ। ମଫିନ ଟ୍ରେରେ ଘିଅ ଲଗାଇ ରଖନ୍ତୁ। ମିଶ୍ରଣକୁ ଛାଞ୍ଚର ୩/୪ ଭାଗ ପର୍ଯ୍ୟନ୍ତ ଭର୍ତ୍ତି କରି ଦିଅନ୍ତୁ। ଏହାପରେ ଓଭନ ଗରମ ହେବା ପରେ ଛାଞ୍ଚଟିକୁ ଓଭନର ଜାଲି ଉପରେ ୨୦ ମିନିଟ ଟାଇମ ସେଟ କରି ରଖି ଦିଅନ୍ତୁ। ୨୦ ମିନିଟ୍ ପରେ ଛାଞ୍ଚକୁ ଓଭନ ଭିତରୁ ବାହାର କରିଆଣନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘ମ୍ୟାଙ୍ଗୋ ମଫିନ୍’।
from Odisha Reporter https://ift.tt/31XjglT
No comments:
Post a Comment