ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଜାତିସଂଘରେ ପାକିସ୍ତାନକୁ କଶ୍ମୀର ପ୍ରସଙ୍ଗରେ ସମର୍ଥନ କରିଥିଲା ମାଲେସିଆ। ଯାହାର ପରିଣାମ ଆଗାମୀ ଦିନରେ ଭୋଗିପାରେ ମାଲେସିଆ। ଖବର ସରବରାହ ସଂସ୍ଥା ରଏଟର୍ସ ଅନୁଯାୟୀ ମାଲେସିଆ ପାଖରୁ ଭାରତ ପାମୋଲିନ ତେଲ ସହିତ ଅନେକ ଜିନିଷ ଆମଦାନୀ କରିଥାଏ। ଏବେ ଏହି ଆମଦାନୀ ପ୍ରକ୍ରିୟାକୁ ଭାରତ ବାତିଲ୍ କରିବାକୁ ଯାଉଛି।
ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଅସାମ୍ୱିଧାନିକ ବୋଲି ଜାତିସଂଘରେ କହିଥିଲା ପାକିସ୍ତାନ। ଯାହାକୁ ମାଲେସିଆ ସମର୍ଥନ କରିଥିଲା। ଏହାପରେ ଭାରତ ମଧ୍ୟ ପରୋକ୍ଷରେ ମାଲେସିଆକୁ ଚେତାବନୀ ଦେଇଥିଲା।
ଭାରତ ପାମୋଲିନ ତେଲ ପାଇଁ ମାଲେସିଆ, ଆର୍ଜେଣ୍ଟିନା, ୟୁକ୍ରେନ୍ ଏବଂ ଇଣ୍ଡୋନେସିଆ ଉପରେ ନିର୍ଭର କରିଥାଏ। ପାଖାପାଖି ୯୦ ଲକ୍ଷ ଟନ୍ ପାମୋଲିନ ତେଲ ଏହି ଦେଶ ଗୁଡ଼ିକରୁ ଭାରତ ଆମଦାନୀ କରିଥାଏ। ଏବେ ମାଲେସିଆ ସହ ଯଦି ଭାରତ ବ୍ୟବସାୟିକ ପ୍ରତିବନ୍ଧକ ଲଗାଇବ, ତାହେଲେ ଇଣ୍ଡୋନେସିଆ ପାଖରୁ ଆହୁରି ଅଧିକ ପାମୋଲିନ ତେଲ ଭାରତ ଆମଦାନୀ କରିବ ବୋଲି ଜଣାପଡ଼ିଛି। ଚଳିତ ବର୍ଷ ଆରମ୍ଭରେ ଭାରତ ମାଲେସିଆ ପାଖରୁ ୩୯ ଲକ୍ଷ ଟନ୍ ପାମୋଲିନ୍ ତେଲ ଆମଦାନୀ କରିଥିଲା।
ପାମୋଲିନ ତେଲ ଆମଦାନୀ ପ୍ରସଙ୍ଗରେ ଭାରତ ସରକାର ପାଖରୁ କୌଣସି ସୂଚନା ମିଳିନଥିବା ମାଲେସିଆ ପ୍ରଧାନମନ୍ତ୍ରୀ ମହତିର ମହମ୍ମଦ କହିଛନ୍ତି।
from Odisha Reporter https://ift.tt/2oFXQvI
No comments:
Post a Comment