ମୁମ୍ବାଇ: ‘ବିଗ୍ ବସ୍-୧୩’ ଉପରେ ଏବେ ସତେ ଯେମିତି ସମସ୍ତେ ଖପ୍ପା ! ଗୋଟେ ପଟେ କରଣୀ ସେନା ଶୋ’କୁ ବନ୍ଦ କରିବାକୁ ଦାବି କରୁଥିବାବେଳେ ଅନ୍ୟପଟେ ଶୋ’ର ପ୍ରଥମ ଏଲିମିନେସନ୍କୁ ନେଇ ଫ୍ୟାନ୍ମାନେ ବି କ୍ଷୁବ୍ଧ ହୋଇଛନ୍ତି। ଗତକାଲି ଥିଲା ଶୋ’ର ଦ୍ୱିତୀୟ ‘ୱିକେଣ୍ଡ କା ୱାର୍’ ଏପିସୋଡ୍। ଆଉ ଏଥିରେ ହୋଇଥିଲା ଶୋ’ର ଚଳିତ ସଜିନ୍ର ପ୍ରଥମ ଏଲିମିନେସନ୍। ଗତକାଲି ବିଗ୍ ବସ୍ ଘରୁ ଦଲଜିତ୍ କୌର୍ ବାହାରି ଯାଇଛନ୍ତି, ଯାହା ଦର୍ଶକଙ୍କୁ ଆଦୌ ପସନ୍ଦ ଆସିନାହିଁ। ସୋଶାଲ୍ ମିଡିଆରେ ମଧ୍ୟ ଏହି ନିଷ୍ପତ୍ତିକୁ ବିରୋଧ କରାଯାଉଛି।
ବିଗ୍ ବସ୍ ଘରେ ଦଲଜିତ୍ଙ୍କର ଦୁଇ ସପ୍ତାହର ରହଣି ବେଶ୍ ଭଲ ଥିଲା। ସେ କାହାକୁ ଖରାପ ବ୍ୟବହାର କରି ନଥିଲେ କି କାହା ସହିତ ଅଯଥାରେ କଳିଝଗଡ଼ା କରି ନଥିଲେ। ଓଲଟି ତାଙ୍କ ବ୍ୟକ୍ତିତ୍ୱ ସମସ୍ତଙ୍କୁ ଆକର୍ଷିତ କରିଥିଲା। ଏପରିକି ସଲ୍ମାନ୍ ଖାନ୍ ମଧ୍ୟ ଦଲଜିତ୍ଙ୍କୁ ଘରୁ ବାହାର କରିବା ସମୟରେ ବେଶ୍ ପ୍ରଶଂସା କରିଥିଲେ।
ଏଥିପାଇଁ ଶୋ’ରୁ ତାଙ୍କୁ ବାହାର କରାଯିବା ପରେ ଫ୍ୟାନ୍ମାନେ ନିରାଶ ହୋଇ ଯାଇଛନ୍ତି। ସେମାନେ ସୋଶାଲ୍ ମିଡିଆରେ ଏହି ନିଷ୍ପତ୍ତିର ଖୋଲାଖୋଲି ବିରୋଧ ମଧ୍ୟ କରୁଛନ୍ତି। ଏବେ ଟ୍ୱିଟର୍ରେ ଦଲ୍ଜିତ୍ ଟ୍ରେଣ୍ଡିଂରେ ଅଛନ୍ତି। ଦର୍ଶକଙ୍କ କହିବା ଅନୁଯାୟୀ, ଦଲଜିତ୍ଙ୍କୁ ବାହାର କରିବା ‘ବିଗ୍ ବସ୍’ର ଏକ ଭୁଲ୍ ନିଷ୍ପତ୍ତି। କିଛି ଦର୍ଶକଙ୍କ କହିବା ଅନୁଯାୟୀ, ଦଲ୍ଜିତ୍ଙ୍କ ସ୍ଥାନରେ ଶେହନାଜ୍ଙ୍କୁ ବାହାର କରାଯିବାର ଥିଲା। ସେହିପରି ଆଉ କିଛି ଫ୍ୟାନ୍ କହିଛନ୍ତି ଯେ ତାଙ୍କ ବଦଳରେ କୋଏନାଙ୍କୁ ବାହାର କରିବା ଉଚିତ୍ ହୋଇଥା’ନ୍ତା।
Can't believe #DalljietKaur is evicted 😔 She was very genuine and had all the qualities of a winner but unfortunately bb lost a potential winner. #bb13 #BiggBoss13
— Rakshu (@Rakshu0808) October 12, 2019
Very disappointed #DalljietKaur went out so soon. I thought for sure she would've been in the show longer. 🙁 @BiggBoss @ColorsTV #BiggBoss13
— Teejay Sidhu (@bombaysunshine) October 12, 2019
As always …she's trending at No. 1 again ❤️❤️❤️
This shows the love and respect she has earned ❤️
Love u forever @kaur_dalljietMost trending contestant for sure 👌
Positive and Awesome 👌#DalljietKaur #BiggBoss13 #BiggBoss pic.twitter.com/y4PIYhvEet— iAm_013 (@Pri_013) October 12, 2019
ଏଲିମିନେସନ୍ ତାଲିକାରେ ରଶ୍ମି ଦେଶାଇ, କୋଏନା ମିତ୍ରା ଓ ଶେହନାଜ୍ ଗିଲ୍ଙ୍କ ନାଁ ବି ଥିଲା। ତେବେ ଏମାନଙ୍କ ତୁଳନାରେ ଦଲ୍ଜିତ୍ଙ୍କୁ କମ୍ ଭୋଟ୍ ମିଳିଥିବାରୁ ତାଙ୍କ ବିଗ୍ ବସ୍ ଯାତ୍ରାରେ ପୂର୍ଣ୍ଣଛେଦ ପଡ଼ିଯାଇଛି। ସୂଚନା ଅନୂଯାୟୀ, ଏଥର ୱିକେଣ୍ଡରେ ଡବଲ୍ ଏମଲିମିନେସନ୍ ହେବ। ତେଣୁ ଆଜିର ଅର୍ଥାତ୍ ରବିବାରର ଏପିସୋଡ୍ରେ ରଶ୍ମି, କୋଏନା ଓ ଶେହନାଜ୍ଙ୍କ ମଧ୍ୟରୁ ଜଣେ ବିଗ୍ ବସ୍ ଘରୁ ବାହାରି ପାରନ୍ତି। ଚର୍ଚ୍ଚା ହେଉଛି କୋଏନା ବାହାରିବେ। ତେବେ ଏହା କେତେ ଦୂର ସତ, ତାହା ଆଜିର ଏପିସୋଡ୍ ଦେଖିଲେ ଜଣାପଡ଼ିବ।
And with this @BiggBoss is finished for us!
No @kaur_dalljiet, No Bigg Boss! So sad & heartbroken💔
Now wish to see #DalljietKaur in some show super soon so that We can again see this Beautiful soul again.💫💝
BB doesn't deserve you, Dalljiet. You were too good for this show🌼 pic.twitter.com/gAdEIsgtea
— Team Dalljiet Kaur (@DalljietKaurFam) October 12, 2019
#DaljietKaur #DaljeetKaur #DalljietKaur @ColorsTV @EndemolShineIND https://t.co/xlniiXlIvH
— Latieka Gill (@dgill12) October 12, 2019
I wish #DalljietKaur would have stayed longer! We need to see genuine peoole in the show rather than #ShehnaazGill who is multifaced😒 in weekend ka war she becomes this innocent brainless girl which she is not! Fake people get through but dont win! Sad for genuine ones!
— Shubham (@Shubhamm92) October 12, 2019
from Odisha Reporter https://ift.tt/35qIhsF
No comments:
Post a Comment