ଜୁଆ ଆଡ୍ଡା ଉପରେ ଚଢ଼ଉ; ୯୫ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 12, 2019

ଜୁଆ ଆଡ୍ଡା ଉପରେ ଚଢ଼ଉ; ୯୫ ଗିରଫ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ବିଭିନ୍ନ ଜୁଆ ଆଡ୍ଡା ଉପରେ ଗତକାଲି ରାତିରେ ପୁଲିସ୍‌ ଚଢ଼ଉ କରି ୯୫ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ନଗଦ ୪ଲକ୍ଷ ୨୪ହଜାର ଟଙ୍କା ଓ ୨୫ରୁ ଅଧିକ ମୋବାଇଲ ଜବତ କରାଯାଇଛି।

ବ୍ରହ୍ମପୁର ଗୋଷାଣି ନୂଆଗାଁ ଥାନା ପକ୍ଷରୁ ପ୍ରଥମେ ଶାସ୍ତ୍ରୀ ନଗରର ଏକ ସ୍ଥାନରେ ପୁଲିସ୍‌ ଚଢ଼ଉ କରିଥିଲା। ସେଠାରୁ ୧୨ଜଣଙ୍କୁ ଗିରଫ କରାଯିବା ସହିତ ୭୦ହଜାର ଟଙ୍କା ସହ ୬ଟି ମୋବାଇଲ୍‌ ଜବତ କରାଯାଇଛି।  ପରେ ବଡ଼ବଜାର ଥାନା ଶାନ୍ତି ନଗରରେ ଚଢଉ କରି ୧୧ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ପୁଲିସ ଏକ ଲକ୍ଷ ୧୧ହଜାର ଟଙ୍କା ସହ ୧୦ଟି ମୋବାଇଲ ଜବତ କରିଛି। ପରେ ପୁଲିସ୍‌ ରାତିରେ ଆଉ  ୮ଟି ସ୍ଥାନରେ ଚଢଉ କରିଥିଲା।

ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ଜୁଆ ଖେଳ ନେଇ ପ୍ରାୟ ୩୦ରୁ ଅଧିକ ମାମଲା ରୁଜୁ ହୋଇଛି।  ଏଥିସହ ୩୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି।

 

 



from Odisha Reporter https://ift.tt/2q9ItfB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages