ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଦେଓଗାଁ-ତୁଷୁରା ରାସ୍ତା ମହିପୁର ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଭାଇଭଉଣୀ। ମୃତକଦ୍ୱୟ ହେଲେ ମଣ୍ଟୁ ବେନିଆ ଓ ତାଙ୍କ ଭଉଣୀ ସଞ୍ଜୁ ବେନିଆ।
ସୂଚନା ଅନୁସାରେ, ସଞ୍ଜୁ ତାଙ୍କ ଭାଇ ମଣ୍ଟୁଙ୍କ ସହ ବାଇକ୍ରେ ସାଲେପାଲି ଗାଁକୁ ଯାଉଥିଲେ। ରାସ୍ତା ଅତିକ୍ରମ କରିବା ବେଳେ ତୁଷୁରା ପଟୁ ଦ୍ରୁତ ଆସୁଥିବା ଏକ ଚାଉଳ ବୋଝେଇ ଟ୍ରକ୍ ମହିପୁର ଛକ ନିକଟରେ ସେମାନଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ସେମାନେ ଛିଟିକି ହୋଇ ରାସ୍ତା କଡ଼କୁ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।
ସଞ୍ଜୁ ସାଲେପାଲିର ଆଶ୍ରମ ସ୍କୁଲରେ ପଢୁଥିଲେ। ଦଶହରା ଛୁଟି ପରେ ମଣ୍ଟୁ ତାଙ୍କୁ ସ୍କୁଲ ଛାଡିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।
from Odisha Reporter https://ift.tt/2nNyYlx
No comments:
Post a Comment