ହତ୍ୟା ଅଭିଯୁକ୍ତ ସହ ସେଲ୍‌ଫି ନେବା ଥାନାଧିକାରୀଙ୍କୁ ମହଙ୍ଗା ପଡ଼ିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 14, 2019

ହତ୍ୟା ଅଭିଯୁକ୍ତ ସହ ସେଲ୍‌ଫି ନେବା ଥାନାଧିକାରୀଙ୍କୁ ମହଙ୍ଗା ପଡ଼ିଲା

କୋଣାର୍କ(ସଞ୍ଜୟ ପତି) :  ହତ୍ୟା ଅଭିଯୁକ୍ତଙ୍କ ସହ ସେଲ୍‌ଫି ଉଠାଇବା ଥାନା ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା। ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡା ଜଣେ ହତ୍ୟା ଅଭିଯୁକ୍ତ ସହ ସେଲ୍‌ଫି ନେଇ ଚର୍ଚ୍ଚାରେ ଥିଲେ। ଏହି ଦୃଶ୍ୟ ସୋଶାଲ୍ ମିଡିଆରେ ଭାଇରାଲ ହେବା ପରେ ଚର୍ଚ୍ଚାକୁ ଆସିଥିଲା।

ଏହି ଘଟଣା ଜଣାପଡ଼ିବା ପରେ ପୁରୀ ଏସ୍‌ପି, ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଆଇଆଇସି ବୁଲୁ ମୁଣ୍ଡାଙ୍କୁ ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟକୁ ବଦଳି କରାଯାଇଛି।

ସୂଚନାଯୋଗ୍ୟ, ଗତ ୫ ତାରିଖରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଆଳସାହି ଛକରେ ବାପ-ପୁଅଙ୍କୁ ଆକ୍ରମଣ ଘଟଣାରେ ୩ ଜଣ ଗିରଫ ହୋଇଥିଲେ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରାଧା ମୋହନ ବିଶ୍ୱାଳ ଓରଫ ମୁନା ଫେରାର ଥିଲା। ତେବେ ଅସ୍ତରଙ୍ଗ ପୁଲିସ୍‌ ତାକୁ ଖୋଜୁଥିବା ବେଳେ ମୁନାକୁ ଗତକାଲି ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପୁଲିସ୍‌ ଗିରଫ କରିଥିଲା। ଗିରଫ ପରେ ଚନ୍ଦ୍ରଭାଗା ପୁଲିସ୍‌ ତାକୁ ନିମାପଡ଼ା ଥାନାକୁ ଆଣୁଥିବା ବେଳେ ଅଭିଯୁକ୍ତ ମୁନା ସହ ଆଇଆଇସି ବୁଲୁ ମୁଣ୍ଡା ସେଲଫି ଉଠାଇଥିବା କୁହାଯାଉଛି।

ଏପରିକି ଜଣେ ହତ୍ୟା ଅଭିଯୁକ୍ତକୁ ସାଧାରଣ ଅଭିଯୁକ୍ତଙ୍କ ଭଳି ପୁଲିସ୍‌ ଗାଡ଼ିରେ ଖାମଖିଆଲି ଭାବେ ନେବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ପୁଲିସ୍‌କୁ ଚାରିଆଡ଼ୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।  ଏହି ଘଟଣାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଏସ୍‌ପି କହିଛନ୍ତି।



from Odisha Reporter https://ift.tt/31dtzBF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages