ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲା ସ୍ଥିତ କୁଆଁରମୁଣ୍ଡା ପଞ୍ଚାୟତ ଅଫିସ୍ ଆଗରୁ ଆଜି ସକାଳେ ବନ୍ଧୁକ ମୁନରେ ପ୍ରାୟ ୧୦ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ପାଇବା ପରେ ପୁଲିସ୍ ଛାନ୍ଭିନ୍ କରୁଛି।
ସୂଚନା ଅନୁଯାୟୀ, ଆଜି କୁଆଁରମୁଣ୍ଡା ବ୍ଳକ୍ କାର୍ଯ୍ୟାଳୟ ପରିସରରେ ଭତ୍ତା ବଣ୍ଟନର କାର୍ଯ୍ୟକ୍ରମ ଥିଲା। ସେଥିପାଇଁ ଏକ ଘରୋଇ ସଂସ୍ଥାର ବୋଲେରୋରେ ବ୍ଳକ୍ କାର୍ଯ୍ୟାଳୟର ଦୁଇ ଜଣ କର୍ମଚାରୀ ଟଙ୍କା ନେଇ କାର୍ଯ୍ୟାଳୟକୁ ଆସୁଥିଲେ। ସେମାନଙ୍କ ସହିତ ଗାଡ଼ି ଡ୍ରାଇଭର ଓ ଜଣେ ସୁରକ୍ଷାକର୍ମୀଙ୍କୁ ମିଶାଇ ମୋଟ ୪ ଜଣ ଥିଲେ।
ସକାଳ ପ୍ରାୟ ୭ଟା ବେଳେ କୁଆଁରମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ୫ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ। ମୁଖା ପିନ୍ଧା ଦୁର୍ବୃତ୍ତମାନେ ତିନୋଟି ବାଇକ୍ରେ ଆସିଥିଲେ। ସେମାନେ ପ୍ରଥମେ ଗୁଳି ଚଳାଇ ସେମାନଙ୍କୁ ଭୟଭୀତ କରିଥିଲ ଓ ତା’ ପରେ ଟଙ୍କା ନେଇ ଯାଇଥିଲେ। ସେମାନେ ବୋଲେରୋରେ ବସିଥିବା ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିବା ସହିତ ତାଙ୍କ ବନ୍ଧୁକ ଭାଙ୍ଗି ଦେଇଥିଲେ। ଏହା ସହିତ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଠେଲାପେଲା କରିଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା।
from Odisha Reporter https://ift.tt/31caQXr
No comments:
Post a Comment