କଟକ (ଓଡ଼ିଶା ରିପୋର୍ଟର): ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ସାହୁ ଓରଫ ଜିତୁ ପୁଲିସ୍ ଏନ୍କାଉଣ୍ଟରରେ ଆହତ ହୋଇଛି। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ଜିତୁ ପାଖରୁ ଗୋଟିଏ ବନ୍ଧୁକ ସହିତ ଗୁଳି ଜବତ କରାଯାଇଛି। ବିଭିନ୍ନ ଡକାୟତି ଓ ଲୁଟ୍ ଘଟଣାରେ ସେ ସଂପୃକ୍ତ ଥିବା ପୁଲିସ୍ କହିଛି। କେବଳ କଟକ ନୁହେଁ, ଅନ୍ୟ ଜିଲ୍ଲାରେ ମଧ୍ୟ ତା’ ନାଁରେ ମାମଲା ରହିଛି।
ଜିତୁ ଚୌଦ୍ୱାର ନିକଟସ୍ଥ ଜଙ୍ଗଲରେ ଥିବା ଖବର ପାଇ ଆଜି ସକାଳେ ଚୌଦ୍ୱାର ପୁଲିସ୍ ଓ ସ୍ପେଶାଲ୍ ସ୍କ୍ୱାଡ୍ ତରଫରୁ ସେଠାରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଜିତୁ ପୁଲିସ୍ ଉପରକୁ ଗୁଳି କରି ଫେରାର ହୋଇଯିବାକୁ ଉଦ୍ୟମ କରିଥିଲା। ତେବେ ପୁଲିସ୍ ଏହାର ପାଲଟା ଜବାବ ଦେଇଥିଲା। ପୁଲିସ୍ ଗୁଳିରେ ଜିତ ଆହତ ହୋଇଥିଲା ଓ ଧରାପଡ଼ିଥିଲା।
from Odisha Reporter https://ift.tt/33rZlwk
No comments:
Post a Comment