ତେଲକୋଇ (ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା କାଞ୍ଜିପାଣିରେ ଏକ ଯାତ୍ରୀବାହୀ ବସ୍ ଏକ ୧୪ ଚକିଆ ଟ୍ରକ୍କୁ ଧକ୍କା ଦେବାରୁ ୧୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ୧୨ ବର୍ଷର ବାଳିକା ସହିତ ଆଉ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଆଜି ଦିନ ପ୍ରାୟ ୧୧ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଘଟାଇଥିବା ବସ୍ର ନାଁ ‘ମା ଅମ୍ୱିକା’। ବସ୍ଟି ଅନୁଗୋଳରୁ ରାଇରଙ୍ଗପୁର ଯାଉଥିଲା। ତେବେ ମାଳତୀ ନାମକ ଆଉ ଏକ ବସ୍କୁ ଏହା ଓଭରଟେକ୍ କରୁଥିଲା ବେଳେ ସାମ୍ନାରୁ ଆସୁଥିବା ଉକ୍ତ ୧୪ ଚକିଆ ଟ୍ରକ୍ରେ ଯାଇ ପିଟି ହୋଇଥିଲା ବୋଲି କୁହାଯାଉଛି। କାଞ୍ଜିପାଣି ପୁଲିସ୍ ବସ୍କୁ ଜବତ କରିଛି। ଏଥିସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/32bplvZ
No comments:
Post a Comment