ପ୍ୟାରିସରେ ଏଫଏଟିଏଫ ବୈଠକ ଆରମ୍ଭ, ଚିନ୍ତାରେ ପାକିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 13, 2019

ପ୍ୟାରିସରେ ଏଫଏଟିଏଫ ବୈଠକ ଆରମ୍ଭ, ଚିନ୍ତାରେ ପାକିସ୍ତାନ

ନୂଆଦିଲ୍ଲୀ: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆଜିଠାରୁ ଆରମ୍ଭ ହୋଇଛି ଫାଇନାନସିଆଲ ଆକ୍ସନ ଟାକ୍ସ ଫୋର୍ସ (ଏଫଏଟିଏଫ ) ବୈଠକ। ଟେରର ଫଣ୍ଡିଂ ମାମଲାରେ ଏହି ବୈଠକରେ ଆଲୋଚନା ହେଉଛି। ଏ ନେଇ ଏଫଏଟିଏଫ ଟୁଇଟ୍ କରି ସୂଚନା ଦେଇଛି। ୬ ଦିନ ଧରି ଚାଲିବାକୁ ଥିବା ଏହି ବୈଠକରେ ପାକିସ୍ତାନ କଳା ତାଲିକା ଭୁକ୍ତ ହେବ ନା ପୂର୍ବପରି ଗ୍ରେ ଲିଷ୍ଟରେ ରହିବ ସେ ବାବଦରେ ନିଷ୍ପତ୍ତି ନିଆଯିବ।

ଗତବର୍ଷ ଜୁନରେ ଏଫଏଟିଏଫ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିଥିଲା। ଏହାପରେ ପାକିସ୍ତାନର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଯଦି ଏବେ କଳା ତାଲିକାଭୁକ୍ତ କରାଯିବ ତାହେଲେ ଦେବାଳିଆ ହୋଇପଡ଼ିଥିବା ପାକିସ୍ତାନ ଆହୁରି କାଙ୍ଗାଳ ହେବାର ସମ୍ଭାବନା ରହିଛି। ତେଣୁ ପ୍ୟାରିସରେ ଚାଲିଥିବା ଏହି ବୈଠକ ଉପରେ ପାକିସ୍ତାନ ନଜର ରଖିଛି। ଏହି ବୈଠକ ପୂର୍ବରୁ ସେପ୍ଟେମ୍ୱର ସୁଦ୍ଧା ଆତଙ୍କବାଦୀ ଫଣ୍ଡିଂ ଉପରେ ପାକିସ୍ତାନ କି ପଦକ୍ଷେପ ନେଇଛି ସେ ବାବଦରେ ପାକିସ୍ତାନ ସରକାରକୁ ରିପୋର୍ଟ ମାଗିଥିଲା ଏଫଟିଏଫ୍।

ଏଫଏଟିଏଫ ଏକ ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥା। ଯିଏକି ସମସ୍ତ ଦେଶର ଅର୍ଥନୀତି ଉପରେ ନଜର ରଖିଥାଏ। ଦୀର୍ଘ ୩୦ ବର୍ଷ ହେବ ଏହି ସଂସ୍ଥା ଏହି କାମ କରୁଛି।

ଅନ୍ୟପଟେ ବୈଠକ ପୂର୍ବରୁ ନେଦରଲ୍ୟାଣ୍ଡର ଏକ ଥିଙ୍କ୍ ଟ୍ୟାଙ୍କର ପାକିସ୍ତାନକୁ କଳା ତାଲିକା ଭୁକ୍ତ କରାଯିବ କି ନାହିଁ ମତ ରଖିଛି। ଏଫଏଟିଏଫର ଏସିଆ ସଂସ୍ଥା ଏସିଆ ପେସିଫିକ ଗ୍ରୁପ (ଏପିଜି) ପାକିସ୍ତାନରେ ଟେରର ଫଣ୍ଡିକୁ ନେଇ କଳା ତାଲିକା ଭୁକ୍ତ କରିସାରିଛି। ହେଲେ ଏହାପରେ ବି ପାକିସ୍ତାନକୁ ଏଫଏଟିଏଫ ଗ୍ରେ ଲିଷ୍ଟରେ ରଖିବ ବୋଲି ଥିଙ୍କ ଟ୍ୟାଙ୍କର ମାନେ କହିଛନ୍ତି।

ସେହିପରି ପାକିସ୍ତାନ ଏଫଏଟିଏଫ ନିୟମକୁ ପାଳନ କରୁଛି କି ନାହିଁ ୟୁରୋପ ଫାଉଣ୍ଡେଶନ ଫର ସାଉଥ ଏସିଆ ଷ୍ଟଡିଜ (ଇଏଫଏସଏଏସ) ସନ୍ଦେହ ପ୍ରକାଶ କରିଛି। ପାକିସ୍ତାନ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି ଯେଉଁ ଦାବି କରୁଛି ତାହା ଲୋକ ଦେଖାଣିଆ। ଯଦି ପାକିସ୍ତାନରେ ଏଭଳି ସ୍ଥିତି ଜାରି ରହିବ ତାହେଲେ ଆଗାମୀ ଦିନରେ ପାକିସ୍ତାନର ଅବସ୍ଥା ଆହୁରି ଖରାପ ହେବ ବୋଲି ଇଏଫଏସଏଏସ କହିଛି।

ଅକ୍ଚୋବର ୮ରେ ଏଫଏଟିଏଫ ଏକ ରିପୋର୍ଟ ପ୍ରକାଶ କରିଥିଲା। ଯେଉଁଥିରେ ପାକିସ୍ତାନ ଏଫଏଟିଏଫର ନିୟମ ପାଳନ କରିବାରେ ୨୭ରୁ ୬ ମାର୍କ ରଖିଥିଲା। ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ଓ ଅନ୍ୟାନ୍ୟ ସହାୟତା ଦିଗରେ କାର୍ଯ୍ୟ କରିବା ପାଇଁ ପାକିସ୍ତାନକୁ ଯେଉଁ ନିର୍ଦ୍ଦେଶ ଦେଇଥିଲା, ତା’କୁ ଇମ୍ରାନ ସରକାର ଆଦୌ ପାଳନ କରିନାହାନ୍ତି ବୋଲି ଏଫଏଟିଏଫ କହିଥିଲା।



from Odisha Reporter https://ift.tt/2OHLTQU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages