ଆସୁଛି ବାତ୍ୟା ‘ମହା’, ୬ ଘଣ୍ଟାରେ ସିଭିୟର୍‌ ସାଇକ୍ଲୋନିକ ଷ୍ଟର୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 31, 2019

ଆସୁଛି ବାତ୍ୟା ‘ମହା’, ୬ ଘଣ୍ଟାରେ ସିଭିୟର୍‌ ସାଇକ୍ଲୋନିକ ଷ୍ଟର୍ମ

ନୂଆଦିଲ୍ଲୀ: ପୁଣି ଆସୁଛି ଆଉ ଏକ ବାତ୍ୟା। ଆରବ ସାଗରରେ ସୃଷ୍ଟ ଏହି ସାଇକ୍ଲୋନିକ ଷ୍ଟର୍ମ (ଘୂର୍ଣ୍ଣି ଝଡ଼) ଏବେ କବରଟ୍ଟୀ(ଲାକ୍ଷାଦ୍ୱୀପ)ର ଉତ୍ତର- ଉତ୍ତର ପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ଏହାର ନାଁ ‘ମହା’ ରଖାଯାଇଛି।

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଧୀରେ ଧୀରେ ଏହା ଲାକ୍ଷାଦ୍ୱୀପ ଦ୍ୱୀପ ଆଡ଼କୁ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ଆସନ୍ତା ୬ ଘଣ୍ଟା ମଧ୍ୟରେ ‘ମହା’ ସିଭିୟର୍‌ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବୋଲି ପାଣିପାଗ ବିଭାଗ କହିଛି।

ନଭେମ୍ବର ୨ ସୁଦ୍ଧା ‘ମହା’ ଭେରି ସିଭିୟର୍‌ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବୋଲି ଆଶଙ୍କା କରାଯାଉଛି। ଏହାର ପ୍ରଭାବରେ କେରଳ, ଲାକ୍ଷାଦ୍ୱୀପ, କର୍ଣ୍ଣାଟକ ଉପକୂଳ, ଦକ୍ଷିଣ ତାମିଲନାଡୁରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  ଜୋରରେ ପବନ ମଧ୍ୟ ବହିପାରେ। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।



from Odisha Reporter https://ift.tt/2JCXTQh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages