ନାବାଳିକା ଅଟକ, ଶ୍ରୀମନ୍ଦିର ଭିତରେ କେମିତି ଶୁଟ୍‌ ହେଲା ଟିକ୍‌ଟିକ୍‌ ଭିଡିଓ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 30, 2019

ନାବାଳିକା ଅଟକ, ଶ୍ରୀମନ୍ଦିର ଭିତରେ କେମିତି ଶୁଟ୍‌ ହେଲା ଟିକ୍‌ଟିକ୍‌ ଭିଡିଓ ?

ପୁରୀ(ମଧୁସୂଦନ ମିଶ୍ର): ମହଙ୍ଗା ପଡ଼ିଲା ଶ୍ରୀମନ୍ଦିର ଭିତରେ ଟିକ୍‌ଟକ୍‌ ଭିଡିଓ କରିବା। ଭିଡିଓ କରିଥିବା ନାବାଳିକା ନିମାପଡ଼ାର ବୋଲି ଜଣାପଡ଼ିଛି। ସିଂହଦ୍ୱାର ଥାନା ପୁଲିସ୍ ନାବାଳିକାଙ୍କୁ ଅଟକ ରଖି ପଚରାଉଚରା କରୁଛି।  ଏଥିସହ ସେ କେଉଁ ପରିସ୍ଥିତିରେ ଓ କାହିଁକି ଭିଡିଓ ରେକର୍ଡ କରିଛନ୍ତି  ଏନେଇ ଖୋଳତାଡ଼ କରାଯାଉଛି। ଏହାସହ ନାବାଳିକାଙ୍କ ବିରୋଧରେ ୨୯୫ A, ଆନ୍‌ସିଏଣ୍ଟ ମନୁମେଣ୍ଟ ଆକ୍ଟ ୩୦ ଓ ଆଇଟି ଆକ୍ଟ ୬୬ରେ ମାମଲା ରୁଜୁ ହୋଇଛି। ତେବେ ଆଇନ ଅନୁସାରେ ଆବଶ୍ୟକ ପଦକ୍ଷେପ  ନିଆଯିବ ବୋଲି ଅତିରିକ୍ତ ଏସ୍‌ପି କହିଛନ୍ତି।

ଗତ କିଛି ଦିନ ତଳେ ସଂପୃକ୍ତ ନାବାଳିକା ଶ୍ରୀମନ୍ଦିର ଭୋଗମଣ୍ଡପ ଓ ଆନନ୍ଦ ବଜାରରର ଦୃଶ୍ୟ ଟିକ୍‌ଟକ୍‌ରେ ଶୁଟ୍ କରିଥିଲେ। ଏହାପରେ ଏହି ଭିଡିଓଟି  ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିଲା।

ଅନ୍ୟପକ୍ଷରେ କଡ଼ା ସୁରକ୍ଷା ସତ୍ତ୍ୱେ ବାରମ୍ବାର ଶ୍ରୀମନ୍ଦିର ଭିତରକୁ କିପରି ମୋବାଇଲ୍ ଯାଉଛି ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।



from Odisha Reporter https://ift.tt/330YbrP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages