ନୂଆଦିଲ୍ଲୀ: ଟଙ୍କା ଉଠାଇବା, କ୍ୟାସଲେସ ମୁଡରେ କିଛି କିଣିବା ପାଇଁ ଆପଣଙ୍କ ପକେଟରେ ରହୁଥିବା ଡେବିଟ୍ କିମ୍ୱା ଏଟିଏମ କାର୍ଡର ତଥ୍ୟ ଚୋରି ହୋଇଯାଇଛି। ଇଣ୍ଟରନେଟ୍ ଉପରେ ଦୁନିଆ ଯେତିକି ନିର୍ଭରଶୀଳ ହେଉଛି ଲୋକଙ୍କ ତଥ୍ୟ ସେତିକି ବିପଦ ଆଡ଼କୁ ଠେଲି ହୋଇଯାଉଛି। ସୋଶାଲ ମିଡିଆରେ ଲୋକଙ୍କ ତଥ୍ୟ ପରେ ଏବେ ୧୩ ଲକ୍ଷ ଡେବିଟ୍ କାର୍ଡ ତଥ୍ୟ ଚୋରି ହୋଇଯାଇଛି। ଯେଉଁଥିରୁ ୯୮ ପ୍ରତିଶତ ଡେବିଟ୍ କାର୍ଡ ଭାରତୀୟଙ୍କର ରହିଛି। ସାଇବର ହ୍ୟାକିଂକୁ ନେଇ ପୂର୍ବରୁ ଯେତେ ବି ଘଟଣା ସାମ୍ନାକୁ ଆସିଛି ଏବେ ଏହି ଡେବିଟ୍ କାର୍ଡ ତଥ୍ୟ ଚୋରି ହେବା ଘଟଣା ସବୁଠୁ ବଡ଼ ବୋଲି ଜଣାପଡ଼ିଛି।
ଜେଡନେଟର ଏକ ରିପୋର୍ଟକୁ ଆଧାର କରି ଗ୍ରୁପ-ଆଇବି ସାଇବର ସିକ୍ୟୁରିଟି କହିଛି ୧୩ ଲକ୍ଷ ଡେବିଟ୍ କାର୍ଡ ତଥ୍ୟ ଚୋରି ହୋଇଛି। ଯାହାକୁ ୧୦୦ ଡଲାରରେ ବିକ୍ରି କରାଯିବ ବୋଲି ଜଣାପଡ଼ିଛି।
ହ୍ୟାକର ମାନେ ଯେଉଁ ଏଟିଏମ କିମ୍ୱା ଡେବିଟ/ କ୍ରେଡିଟ କାର୍ଡକୁ ବ୍ୟବହାର ନକରି ଫିଙ୍ଗି ଦିଆଯାଉଛି ସେହି କାର୍ଡକୁ ସଂଗ୍ରହ କରୁଛନ୍ତି। ଏହାପରେ ସମସ୍ତ କାର୍ଡକୁ ପରୀକ୍ଷା କରି ହ୍ୟାକ କରୁଛନ୍ତି। ଯେଉଁ ଗୁଡ଼ିକରେ ସଫଳ ହେଉଛନ୍ତି ତାର ତଥ୍ୟ ସଂଗ୍ରହ କରି ବିଭିନ୍ନ ପ୍ରକାର ଠକେଇ କରିବାକୁ ଯୋଜନା କରୁଛନ୍ତି।
ଅନ୍ୟପଟେ ଆଉ ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଏଟିଏମ୍ ଏବଂ ପିଓଏସ ସିଷ୍ଟମରେ ଏକ ସ୍କ୍ରିମିଂ ଡିଭାଇସ୍ ଲଗାଯାଇଥାଏ। ସାଇବର ହ୍ୟାକର ମାନେ ଏହି ସ୍କ୍ରିମିଂକୁ ଆଣି ଅନେକ କାର୍ଡର ତଥ୍ୟ ଚୋରି କରିବାରେ ସକ୍ଷମ ହେଉଛନ୍ତି।
from Odisha Reporter https://ift.tt/36nZFyr
No comments:
Post a Comment