କାଳୀପୂଜା ପାଇଁ ସଜେଇ ହେଉଛି ଭଦ୍ରକ ସହର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 26, 2019

କାଳୀପୂଜା ପାଇଁ ସଜେଇ ହେଉଛି ଭଦ୍ରକ ସହର

ଭଦ୍ରକ(ପାର୍ଥ ସାରଥୀ ନାୟକ): ଆସନ୍ତାକାଲି କାଳୀପୂଜା। ଏଥିପାଇଁ ଭଦ୍ରକ ସହରରେ ଚଳଚଞ୍ଚଳ ହୋଇଉଠିଛି। ବିଭିନ୍ନ ପୂଜା ମଣ୍ଡପରେ ଆକର୍ଷଣୀୟ ସାଜସଜ୍ଜା ଓ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟ ପହଞ୍ଚିଛି। ଆଉ ମୂର୍ତ୍ତି କାରିଗରମାନେ ଶେଷ ସ୍ପର୍ଶ ଦେଉଛନ୍ତି। ପୂରା ପୂର୍ବରୁ ଭଦ୍ରକ ସହର ରଙ୍ଗୀନ ଆଲୋକରେ ଝିଲ୍‌ମିଲ୍‌ କରୁଛି। ପୂଜା ଶାନ୍ତିଶୃଖଳାରେ ସମାପନ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଉ ମଦୁଆଙ୍କୁ ସାବାଡ଼ ପାଇଁ ସହରର ଗଳିରେ “ମଦୁଆ ଧରା ଗାଡ଼ି” ବୁଲିବ।

ସହରରେ ୯ ଦିନ ଧରି ପୂଜା ଚାଲିବ ମାଆଙ୍କ ଆରାଧନା। ଅକ୍ଟୋବର ୨୭ ତାରିଖରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ପୂଜା ହେବ। ଏଥର ୧୧ଟି ମେଢ଼ କରାଯାଇଛି । ପଥରକାଳୀ, ଭଦ୍ରକାଳୀ, ରାଜଘାଟ କାଳୀ, ବିଶାଣୀଖର୍ଦା, ଏରେଇଁ କାଳୀ, ଟ୍ରାଫିକ କାଳୀ, ପିଡବ୍ଲ୍ୟୁ କାଳୀ ଓ ଡ଼ଗରାସାହି କାଳୀ ମଣ୍ଡପ ଆଦିରେ ମାଆଙ୍କ ମୂର୍ତ୍ତି ଶୋଭା ପାଇବେ।

ତେବେ ଭଦ୍ରକ ସହରରେ ପୂଜା ପରିବେଶ ଏବେଠୁ ବାରି ହୋଇଗଲାଣି। ରାସ୍ତା ଘାଟଠାରୁ ଆରମ୍ଭ କରି ସହର ଗଳି କନ୍ଦି ମଧ୍ୟ ଚକା ଚକା ହୋଇଗଲାଣି। ବିଶେଷ କରି ଏଥର ମଣ୍ଡପ ଗୁଡ଼କିରେ ଅଗ୍ନି ନିରାପତ୍ତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସମସ୍ତ ୧୧ଟି ପୂଜା ମଣ୍ଡପ ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସହ ସିସିଟିଭ ଖଞ୍ଜା ଯାଇଛି। ପୂଜା କମିଟିର କର୍ମକର୍ତ୍ତାମାନେ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ମୂର୍ତ୍ତି କାମ ସାଙ୍ଗକୁ ବାରୁଆଳି ମୂର୍ତ୍ତି ପ୍ରତି ଧ୍ୟାନ ଦିଆଯାଉଛି। ଏଥିସହ ସହର ସ୍ଥିତ ଚରମ୍ପା ଅଞ୍ଚଳ ବିଭିନ୍ନ ଯାତ୍ରା ପାର୍ଟିର ବ୍ୟାନରରେ ଛାଇ ହୋଇଯାଇଛି।

ଭଦ୍ରକ କାଳୀପୂଜା ଉଭୟ ସାଂସ୍କୃତିକ ଓ ବ୍ୟବସାୟୀକକୁ ଗୁରୁତ୍ୱ ବହନ କରିଥାଏ।  ପ୍ରତିବର୍ଷ ପୂଜା ଦେଖିବା ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି। ଏଥର ପୂଜାରେ ଶାନ୍ତିଶୃଙ୍ଖଳା ରକ୍ଷା ସହ ପରିଚାଳନା କାର୍ଯ୍ୟ ଲାଗି ପୂଜା କମିଟି କର୍ମକର୍ତ୍ତା, ପ୍ରଶାସନ ଓ ପୁଲିସ୍‌ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଏନେଇ ସାର୍ବାଜନୀ ପୂଜା କମିଟିର ସଂପାଦକ ରାଜକିଶୋର ଶତପଥୀ  କହିଛନ୍ତି,“ଏଥର କାଳୀପୂଜା ପାଇଁ ଆମେ ୧୨ ଲକ୍ଷ ଟଙ୍କା ବଜେଟ୍ ରଖିଛୁ। ଲୋକଙ୍କୁ ଆକର୍ଷିତ କରିବା ପାଇଁ ବିଶେଷ କରି ତୋରଣ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଏଥିସହ ମାଆଙ୍କ ମୂର୍ତ୍ତି ମଧ୍ୟ ଭଲ ହୁଏ। ଏଥର ଆମେ ସାଧବ ବୋହୂ ବୋଇତ ବନ୍ଦାଣ ଥିମ୍‌ରେ ତୋରଣ କରୁଛୁ।”

ସ୍କୁଲରୋଡ୍‌ ପୂଜା କମିଟିର ଉପସଭାପତି ଇନ୍ଦ୍ରଜିତ ସାହୁ କହିଛନ୍ତି,“ଚଳିତବର୍ଷ ସ୍କୁଲରୋଡ୍‌ ପୂଜା କମିଟି ତା’ର ୫୦ ତମ ବର୍ଷରେ ପଦାର୍ପଣ କରିଛି। ସୁବର୍ଣ୍ଣ ଜୟନ୍ତୀ ବର୍ଷରେ ଆମେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆମେ ହାତକୁ ନେଇଛୁ।”

ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କୈଳାସ ଚନ୍ଦ୍ର ପରିଡ଼ା କହିଛନ୍ତି,“ଆସନ୍ତା ୨୭ ତାରିଖରେ ଭଦ୍ରକରେ କାଳୀ ପୂଜା ଅନୁଷ୍ଠିତ ହେବ। ଏଥର ୧୧ଟି ମେଢ଼ ହୋଇଛି। ପୂଜା ପାଇଁ ସୁରକ୍ଷା ବ୍ୟସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ଦୁଇ ଜଣ ଆଡିସନାଲ ଏସ୍‌ପି, ୫ ଜଣ ଡିଏସ୍‌ପି, ୧୧ ଜଣ ଇନ୍ସପେକ୍ଟର, ୬୦ ଜଣ ସବ୍‌ ଇନ୍ସପେକ୍ଟର ଓ ୧୫ ପ୍ଲାଟୁନ୍ ଫୋର୍ସ, ୮୦ ଜଣ ହୋମଗାର୍ଡ ଓ କନେଷ୍ଟବଳ ମୁତୟନ ପାଇଁ ବ୍ୟବସ୍ଥା କରାଯାଇଛି। ପୂଜା ସମୟରେ ଲାଉଡ୍‌ ସ୍ପିକର ଉପରେ ନିୟନ୍ତ୍ରଣ କରାଯିବ। ମଦୁଆଙ୍କୁ ଧରିବା ପାଇଁ ଏକ ଗାଡ଼ିର ‍ବ୍ୟବସ୍ଥା କରାଯାଇଛି। ତେବେ ୬ ତାରିଖରେ ଭସାଣୀ କାର୍ଯ୍ୟକ୍ରମ ରହିଛି। ତେବେ ନ୍ୟାସନାଲ ଗ୍ରୀନ୍ ଟ୍ରବ୍ୟୁନାଲ୍‌ଙ୍କ ଡାଇରେକସନ୍‌ ଅନୁସାରେ ଭସାଣୀ କରାଯିବ।”



from Odisha Reporter https://ift.tt/2Jl4sqr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages