କଟକ(ଦେବାଶିଷ ମହାନ୍ତି): ରାତି ପାହିଲେ ଆଲୋକର ପର୍ବ ଦୀପାବଳି। ଗାଁଠୁ ସହର, ସବୁଠି ଉତ୍ସବ ମାହୋଲ୍। ତେବେ ଆଲୋକର ପର୍ବ ଦୀପାବଳିରେ ବାଣ ଫୁଟାଇବା ବେଳେ କୌଣସି ଅଘଟଣ ଘଟିଲେ, ତାକୁ ମୁକାବିଲା କରିବା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତି ରହିଛି। ଏନେଇ ସୂଚନା ଦେଇଛନ୍ତି ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀ।
ସେ କହିଛନ୍ତି,“ଦୀପାବଳିରେ କୌଣସି ଅଘଟଣ ଘଟିଲେ, ତାକୁ ମୁକାବିଲା କରିବା ପାଇଁ ସମଗ୍ର ରାଜ୍ୟରେ ୩୩୭ଟି ଫାୟାର ଷ୍ଟେସନକୁ ଆଲର୍ଟ ରଖାଯାଇଛି। ବର୍ତ୍ତମାନ କଟକରେ ୩ଟି ଫାୟାର ଷ୍ଟେସନ ରହିଛି। ଏହା ଛାଡ଼ି ଆହୁରି ୫ଟି ଅସ୍ଥାୟୀ ଫାୟାର ଷ୍ଟେସନ ମଧ୍ୟ ଖୋଲାଯାଇଛି। ଏଥିପାଇଁ ଗୋଟିଏ ଗାଡ଼ି ମହଜୁଦ ରଖାଯାଇଛି। ସେହିପରି ଭୁବନେଶ୍ୱରରେ ତିନୋଟି ଫାୟାର ଷ୍ଟେସନ ରହିଥିବା ବେଳେ ଆଉ ତିନୋଟି ଅସ୍ଥାୟୀ ଫାୟାର ଷ୍ଟେସନ ଖୋଲାଯାଇଛି। ଏଥିସହ ବାଲେଶ୍ୱର, ବରଗଡ଼, ବ୍ରହ୍ମପୁର ଓ ସମ୍ୱଲପୁରରେ ମଧ୍ୟ ଗୋଟିଏ ଲେଖାଏଁ ଅସ୍ଥାୟୀ ଫାୟାର ଷ୍ଟେସନ ଖୋଲାଯାଇଛି।”
ସେ ଆହୁରି କହିଛନ୍ତି,“ମୁଁ ସମସ୍ତଙ୍କୁ ଅନୁରୋଧ କରିବାକୁ ଚାହୁଁଛି, ଯେଉଁ ସ୍ଥାନରେ ଛୋଟ ହେଉ କି ବଡ଼ ଅଗ୍ନିକାଣ୍ଡ ଘଟୁଛି, ତୁରନ୍ତ ନିକଟସ୍ଥ ଦମକଳ କେନ୍ଦ୍ରକୁ ଫୋନ୍ କରନ୍ତୁ। ଏଥିସହ ଅଗ୍ନିଶମ କେନ୍ଦ୍ରକୁ ଫୋନ୍ ରଖନ୍ତୁ। ମେଜର ସିଟିରେ ଟ୍ରାଫିକ୍ ସମସ୍ୟା ଥିବାରୁ ବାଇକ୍ ବ୍ୟବସ୍ଥା ମଧ୍ୟ କରାଯାଇଛି। ଦୀପାବଳି ପାଇଁ ୫ ହଜାର କର୍ମଚାରୀ ସହ ୯ ଶହ ଗାଡ଼ି ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛନ୍ତି।”
from Odisha Reporter https://ift.tt/31JHsIl
No comments:
Post a Comment