ନୂଆ ରୂପରେ ଆସିବ ‘ୟେ ହେ ମହବତେଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 26, 2019

ନୂଆ ରୂପରେ ଆସିବ ‘ୟେ ହେ ମହବତେଁ’

ମୁମ୍ବାଇ: ଟେଲିଭିଜନ୍‌ର ମେଗା ଧାରାବାହିକ ‘ୟେ ହେ ମହାବତେଁ’ ୬ ବର୍ଷ ହେଲାଣି ପ୍ରସାରିତ ହେଉଛି। ଏହା ଦର୍ଶକଙ୍କ ମନରେ ଘର କରିନେଇଛି। ଟେଲି କୁଇନ୍ ଏକ୍‌ତା କପୁରଙ୍କର ଏହି ଶୋ’ରେ କରଣ ପଟେଲ୍‌ ଓ ଦିବ୍ୟଙ୍କା ତ୍ରିପାଠୀ (ରମଣ ଓ ଇଶିତା)ଙ୍କ ଯୋଡ଼ି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଛି। ଏଥିସହ ଶୋ’ରେ ହେଉଥିବା ନୂଆ ନୂଆ ଟ୍ୱିଷ୍ଟ ମଧ୍ୟ ଦର୍ଶକଙ୍କୁ ଭଲ ଲାଗୁଛି। ଆଉ ଏହା ଦେଖି ଏକ୍‌ତା ଏହି ସିରିଏଲ୍‌ର ସ୍ପିନ୍-ଅଫ୍ ଶୋ’ ଆରମ୍ଭ କରିବାକୁ ଯାଉଛନ୍ତି। ଖୁବ୍‌ଶୀଘ୍ର ଏହି ସିରିଏଲ୍‌ର ସ୍ପିନ୍‌ ଅଫ୍ ଶୋ’ ପ୍ରସାରିତ ହେବ। ତେବେ ଏହାର ନାଁ କ’ଣ ରହିବ ଜଣାପଡ଼ିନି। ସୂଚନାଯୋଗ୍ୟ, ସ୍ପିନ୍-ଅଫ୍ ଶୋ’ର ଅର୍ଥ ଫିଲ୍ମ ବା ଟେଲିଭିଜନ୍‌ରେ ପ୍ରସାରିତ କୌଣସି କାର୍ଯ୍ୟକ୍ରମର ପରିବର୍ଦ୍ଧିତ ରୂପ। ଅର୍ଥାତ୍ ଅରିଜିନାଲ୍ କାର୍ଯ୍ୟକ୍ରମକୁ ଏଥିରେ ଆଉ ଟିକେ ବିସ୍ତାରିତ ଭାବେ ଦେଖାଯାଏ ଓ ତା’ସହିତ ଆଉ କିଛି କିଛି ପରିବର୍ତ୍ତନ କରାଯାଏ।

ପୂର୍ବରୁ ଚର୍ଚ୍ଚା ହେଉଥିଲା, କରଣ ୱାହି ଏହି ସ୍ପିନ୍‌ ଅଫ୍‌ ଶୋ’ରେ ଲିଡ୍‌ ରୋଲ୍‌ରେ ଅଭିନୟ କରିବେ। ହେଲେ ଏବେ ସୂଚନା ମିଳିଛି ଯେ  ‘ଗଣ୍ଠବନ୍ଧନ’ ସିରିଏଲ୍‌ର ରଘୁ ତଥା ଅବରାର୍‌ କାଜି ଲିଡ୍‌ ରୋଲ୍‌ରେ ଅଭିନୟ କରିବେ। ତାଙ୍କ ବିପକ୍ଷରେ ଫିମେଲ୍‌ ଲିଡ୍‌ ରୋଲ୍‌ରେ ଅଭିନୟ କରିବେ ସର୍‌ଗୁନ୍‌ କୌର୍। ସରଗୁନ୍‌ଙ୍କୁ ଶେଷଥର ପାଇଁ ସିରିଏଲ୍‌ ‘ତନ୍ତ୍ର’ରେ ଦେଖିବାକୁ ମିଳିଥିଲା।

ସୂଚନା ଅନୁଯାୟୀ, ଅନେକ ଅଭିନେତା ଓ ଅଭିନେତ୍ରୀଙ୍କୁ ବିଚାରକୁ ନେବା ପରେ ଶେଷରେ ଅବରାର ଓ ସରଗୁନ୍‌ଙ୍କୁ ଏହି  ସ୍ପିନ୍‌ ଅଫ୍ ଶୋ’ ପାଇଁ ଫାଇନାଲ୍ କରାଯାଇଛି। କୁହାଯାଉଛି, ଏହି ନୂଆ ଯୋଡ଼ିର ଚୟନ ନିଜେ ଏକ୍‌ତା କରିଛନ୍ତି।

ଏହାପୂର୍ବରୁ ଏକ୍‌ତା ନିଜର ଆଉ ଏକ ସିର୍‌ଏଲ ‘କୁମ୍‌କୁମ୍‌ ଭାଗ୍ୟ’ର ମଧ୍ୟ ସ୍ପିନ୍‌ ଫ୍‌ ଶୋ’ ‘କୁଣ୍ଡଲି ଭାଗ୍ୟ’ ତିଆରି କରିସାରିଛନ୍ତି। ଆଉ ଏହି ସିରିଏଲ୍ ଏବେ ଜିଟିଭିର ଟିଆରପି ରେସ୍‌ରେ ଏକ ନମ୍ବର୍‌ରେ ରହିଛି। ତେବେ ଦେଖିବା ବାକି ରହିଲା ଯେ ତାଙ୍କର ଏହି ନୂଆ ସ୍ପିନ୍‌-ଅଫ୍‌ ଶୋ’ କମାଲ୍ କରୁଛି ନା ନାହିଁ।



from Odisha Reporter https://ift.tt/361l94d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages