ଜନ୍ମରୁ ଭିନ୍ନକ୍ଷମ ଜସ୍ମିନ୍‌; ହେଲେ ସବୁଥିରେ ପ୍ରଥମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 23, 2019

ଜନ୍ମରୁ ଭିନ୍ନକ୍ଷମ ଜସ୍ମିନ୍‌; ହେଲେ ସବୁଥିରେ ପ୍ରଥମ

ମୋହନା(ମିହିରି ଯତି): ମନରେ ଇଛା ଶକ୍ତି ଥିଲେସବୁ ପ୍ରତିବନ୍ଧକ ହାର ମାନିଥାଏ। ହାକୁ ପ୍ରମାଣିତ କରି ଦେଖାଇଛନ୍ତି ଗଜପତି ଜିଲ୍ଳା ମୋହନା ବ୍ଳକ ଲିଲିଗଡ ଗାଁର ଭିନ୍ନକ୍ଷମ ଝିଅ ଜସ୍ମିନ୍‌ ଦଳାଇ। ନିଜର କୃତିତ୍ୱ ପାଇଁ ସେ ଏବେ ଅନ୍ୟମାନଙ୍କ ଲାଗି ଉଦାହରଣ ପାଲଟିଛନ୍ତି। ଭଲ ପାଠ ପଢି ଭଲ ମଣିଷଟିଏ ହେବା ସହ ଆଗାମୀ ଦିନରେ ସମାଜ ସେବା କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି।

ଲିଲିଗଡ ଗାଁର ସରକାରୀ ଉଚ୍ଚ ବିଦ୍ୟାଳୟ ୧୦ ଶ୍ରେଣୀରେ ପଢ଼ୁଛନ୍ତି ଜସ୍ମିନ୍‌। ଜନ୍ମର ମାତ୍ର ୧୨ ଦିନ ପରେ ଦିନ ପରେ କୌଣସି ଏକ କାରଣରୁ ତାଙ୍କର ଗୋଡ ଦୁଇଟି ଅଚଳ ହୋଇଯାଇଥିଲା। ବାପାମା କୁଲି କାମ କରି ଜସ୍ମିନ୍‌ଙ୍କୁ ଗାଁ ସ୍କୁଲରେ ପାଠ ପଢ଼ାଇଥିଲେ। ବୟସ ବଢିବା ସହ ଜସ୍ମିନ୍‌ଙ୍କ ପାଠ ପଢ଼ା ପ୍ରତି ଆଗ୍ରହ ବଢ଼ିଥିଲା। ସ୍କୁଲରେ ଭଲ ପାଠ ପଢ଼ିବା ସହ ଖେଳକୁଦଗୀତନାଚକ୍ତୃତା ସମେତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଉଥିଲେ। ସ୍କୁରୁ ଆରମ୍ଭ କରି ବ୍ଳକ୍‌ ଓ ଜିଲ୍ଳାସ୍ତରୀୟ ପ୍ରତିଯୋଗିତାରେ ସେ ଅଂଶ ଗ୍ରହଣ କରୁଥିଲେ। ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ସେ ବହୁ ମାନପତ୍ର ପାଇଛନ୍ତି। ଜସ୍ମିନ୍‌ଙ୍କ କୃତିତ୍ୱ ପାଇଁ ବାପା-ମାଙ୍କ ସମେତ ଗ୍ରାମବାସୀମାନେ ଗର୍ବ ଅନୁଭବ କରୁଛନ୍ତି। ସାରା ସ୍କୁଲ ଓ ବ୍ଳକ ପାଇଁ ସେ ପ୍ରେରଣାର ଉତ୍ସ ପାଲଟିଛନ୍ତି। ସରକାରଙ୍କ ପକ୍ଷରୁ ଜସ୍ମିନ୍‌ଙ୍କୁ ଭିନ୍ନକ୍ଷମ ଭତ୍ତା ସମେତ ଷ୍ଟାଇପେଣ୍ଡ ବି ଯୋଗାଇ ଦିଆଯାଉଛି।

ସ୍କୁଲର ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ନାୟକ କହିଛନ୍ତି,“ ଭିନ୍ନକ୍ଷମ ହେଲେ ବି ସ୍ମିନ୍‌ ନିଜକୁ ଭାବୁଛି ସେ କାହାଠାରୁ କମ୍‌ ନୁହେଁ। ପାଠ ପଢ଼ିବା ଠାରୁ ଆରମ୍ଭ କରି ସବୁଥିରେ ତାର ଆଗ୍ରହ ରହିଛି। ଗତବର୍ଷ ସୁରଭି କାର୍ଯ୍ୟକ୍ରମରେ ପୁରସ୍କାର ପାଇ ସାରିଛି। ଭିନ୍ନକ୍ଷମ ହେଲେ ବି ସେ ସ୍କୁଲକୁ ଚାଲିଚାଲି ଆସିଥାଏ। ଜସ୍ମିନ୍‌ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି। 

ସ୍ମିନ୍‌ର ବାପା ରାଜୀବ ଦଳାଇ କହିଛନ୍ତି,“ ଝିଅର ପାଠ ପଢ଼ିବା ପାଇଁ ଭାରି ଆଗ୍ରହ। ସେ ସ୍କୁଲରେ ପ୍ରଥମ ହେଉଛି। ସରକାଙ୍କ ପକ୍ଷରୁ ଆମକୁ ସାହାଯ୍ୟ ମିଳୁଛି। ଝିଅକୁ ଆଗକୁ ଆହୁରି ପଢ଼ାଇବୁ।

ସ୍ମିନ୍‌ ଦଳାଇ କହିଛନ୍ତି,“ c। ମୋ ସାଙ୍ଗସାଥିମାନେ ମୋତେ ବହୁତ ଭଲ ପାଆନ୍ତି। ସ୍କୁଲ ଆସିଲା ବେଳେ ସେମାନେ ମୋ ବହିପତ୍ର ଧରି ନେଇ ଆସିଥାନ୍ତି।



from Odisha Reporter https://ift.tt/33Wfydz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages