‘ବାହୁବଳୀ’ ପାଇଁ କାଙ୍ଗାଳ ହୋଇଯାଇଥିଲେ ପ୍ରଭାସ, ଛାଡ଼ିଦେଇଥିଲେ ବଡ଼ ବଡ଼ ‌ଅଫର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 23, 2019

‘ବାହୁବଳୀ’ ପାଇଁ କାଙ୍ଗାଳ ହୋଇଯାଇଥିଲେ ପ୍ରଭାସ, ଛାଡ଼ିଦେଇଥିଲେ ବଡ଼ ବଡ଼ ‌ଅଫର୍

ମୁମ୍ବାଇ: ସାଉଥ୍ ସୁପରଷ୍ଟାର୍ ପ୍ରଭାସଙ୍କ ଲୋକପ୍ରିୟତା ଏବେ ଆକାଶ ଛୁଇଁବାକୁ ଲାଗିଲାଣି। ଏବେ ସେ ଆଉ କେବଳ ସାଉଥ୍‌ ସୁପରଷ୍ଟାର୍ ହୋଇ ରହିନାହାନ୍ତି। ଏବେ ସେ ବଲିଉଡ୍‌ ପ୍ରେମୀଙ୍କର ବି ସୁପରଷ୍ଟାର୍‌ ହୋଇଯାଇଛନ୍ତି। କେବଳ ଏତିକି ନୁହେଁ ଫିଲ୍ମ ‘ବାହୁବଳୀ’ରେ ତାଙ୍କର ଦମଦାର ଅଭିନୟ ଦେଖି ସାରା ଦୁନିଆରେ ତାଙ୍କ ଲୋକପ୍ରିୟତା ବଢ଼ିଯାଇଛି। ନିକଟରେ ଲଣ୍ଡନରେ ମଧ୍ୟ ଏହି ଫିଲ୍ମକୁ ଷ୍ଟାଣ୍ଡିଂ ଓଭେଶନ୍‌ ମିଳିଥିଲା। ଆଜି ହେଉଛି ପ୍ରଭାସଙ୍କର ଜନ୍ମ ଦିନ। ଆଜି ସେ ୪୦ ବର୍ଷର ହୋଇଯାଇଛନ୍ତି। ଆଜି ତାଙ୍କ ବିଷୟରେ କିଛି ରୋଚକ କଛା ଜାଣିବା।

ପ୍ରଭାସଙ୍କର ଅସଲ ନାଁ ହେଉଛି ‘ଭେଙ୍କଟ ସତ୍ୟନାରାୟଣ ପ୍ରଭାସ ରାଜୁ ଉପ୍ପଲପଟ୍ଟି’। ଏ ହେଉଛନ୍ତି ଏକମାତ୍ର ସାଉଥ ଇଣ୍ଡଷ୍ଟ୍ରିର ହିରୋ ଯାହାଙ୍କ ମୂର୍ତ୍ତି  ବ୍ୟାଙ୍କକ୍‌ର ମ୍ୟାଡାମ୍‌ ତୁସାଦ୍‌ ମ୍ୟୁଜିୟମ୍‌ରେ ରହିଛି। ପ୍ରଭାସ ଏକ ଫିଲ୍ମି ପରିବାରରେ ଜନ୍ମ ହୋଇଛନ୍ତି। ତାଙ୍କ ପିତା ସୂର୍ଯ୍ୟନାରାୟଣ ରାଜୁ ଜଣେ ଫିଲ୍ମ ପ୍ରଯୋଜକ ଓ ତାଙ୍କ ଦାଦା କୃଷ୍ଣମ୍ ରାଜୁ ଜଣେ ତେଲୁଗୁ ଅଭିନେତା।

ପ୍ରଭାସ ୨୦୦୨ରେ ଫିଲ୍ମ ‘ଈଶ୍ୱର’ରୁ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୪ରେ ଫିଲ୍ମ ‘ଆକ୍ସନ୍ ଜ୍ୟାକ୍‌ସନ୍’ରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଅବଶ୍ୟ ଏଥିରେ ତାଙ୍କର କେବଳ ସ୍ପେଶାଲ୍ ଆପିୟରାନ୍ସ ଥିଲା।

‘ବାହୁବଳୀ: ଦ ବିଗନିଂ’ ପାଇଁ ପ୍ରଭାସ ନିଜ କ୍ୟାରିୟରର୍ ସହ ଅନେକ ବଡ଼ ରିସ୍କ ନେଇଥିଲେ। ସେ ୫ ବର୍ଷ ଯାଏ କୌଣସି ଅନ୍ୟ ପ୍ରୋଜେକ୍ଟରେ ହାତ ମାରି ନଥିଲେ। ଏପରିକି ସେ ବଲିଉଡର ଷ୍ଟାର ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଂଶାଲୀଙ୍କ ଫିଲ୍ମକୁ ମଧ୍ୟ ମନା କରିଦେଇଥିଲେ। କେବଳ ଏତିକି ନୁହେଁ, ସେ ଏହି ଫିଲ୍ମ ପାଇଁ ଏକ ୧୦ କୋଟିର ଆଡ୍‌ ଓ ଆହୁରି ଅନେକ ବଡ଼ ବଡ଼ ପ୍ରୋଜେକ୍ଟ ଛାଡ଼ିଦେଇଥିଲେ।

‘ବାହୁବଳୀ’ ପାଇଁ ୫ ବର୍ଷ ଅନ୍ୟ କିଛି କାମ ନ କରିବାରୁ ପ୍ରଭାସଙ୍କ ପାଖରେ ଆଉ ଟଙ୍କା ବଞ୍ଚି ନଥିଲା। ସେ ଆର୍ଥିକ ସମସ୍ୟାରେ ମଧ୍ୟ ପଡ଼ିଯାଇଥିଲେ। ହେଲେ ଏହି ଫିଲ୍ମ ରିଲିଜ୍‌ ହେବା ପରେ ଏହା ୱାର୍ଲଡୱାଇଡ୍ ୧୭୦୦ କୋଟି ଟଙ୍କା ଆୟ କରିଥିଲା। ପ୍ରଭାସ ମଧ୍ୟ ଏହି ଫିଲ୍ମ ପାଇଁ ମୋଟା ଅଙ୍କର ପାରିଶ୍ରମିକ ନେଇଥିଲେ। ପ୍ରଭାସ ଏହି ଫିଲ୍ମ ପାଇଁ ୨୫ କୋଟି ନେଇଥିଲେ। ଏବେ ସେ ଫିଲ୍ମ ପାଇଁ ୩୦ କୋଟି ନେଉଛନ୍ତି।

ପ୍ରଭାସ ପିଲାଟିବେଳୁ ଟିକେ ଲାଜକୁଳା। ହେଲେ ତାଙ୍କ ଫିମେଲ୍‌ ଫାନ୍‌ଙ୍କ ସଂଖ୍ୟା ଢେର୍‌ ଅଧିକ। ସୂଚନା ଅନୁଯାୟୀ ଏବେ ପର୍ଯ୍ୟନ୍ତ ପ୍ରଭାସଙ୍କ ପାଇଁ ୫ ହାଜାରରୁ ଅଧିକ ବାହାଘର ପ୍ରସ୍ତାବ ଆସିସାରିଲାଣି।

ପ୍ରଭାସଙ୍କର ପ୍ରିୟ ଖାଦ୍ୟ ହେଉଛି ଚିକେନ୍‌ ବିରିୟାନୀ। ପ୍ରଭାସ ହୋଟେଲ୍‌ ଇଣ୍ଡଷ୍ଟ୍ରୀରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିଲେ।

ପ୍ରଭାସଙ୍କୁ ବଲିଉଡ୍ ଫିଲ୍ମ ଦେଖିବାକୁ ଭାରି ଭଲ ଲାଗେ। ସବୁଠୁ ଅଧିକ ସେ ଆମୀର ଖାନ୍‌ଙ୍କ ଫିଲ୍ମ ‘୩ ଇଡିୟଟ୍ସ’ ଓ ଅମିତାଭଙ୍କ ଫିଲ୍ମ ‘ସୋଲେ’ ଦେଖିଛନ୍ତି। ତାଙ୍କର ପ୍ରିୟ ବଲିଉଡ୍ ଅଭିନେତା ହେଉଛନ୍ତି ସଲମାନ୍‌ ଖାନ୍‌ ଓ ଶାହାରୁଖ ଖାନ୍‌। ସେହିପରି ତାଙ୍କର ପ୍ରିୟ ଅଭିନେତ୍ରୀ ହେଉଛନ୍ତି ଦୀପିକା ପାଦୁକୋନ, କ୍ୟାଟ୍ରିନା କୈଫ୍ ଓ ଆଲିଆ ଭଟ୍ଟ। ସେ ଦୀପିକାଙ୍କ ସହ ଫିଲ୍ମରେ କାମ କରିବାକୁ ଚାହାଁନ୍ତି।

ଚର୍ଚ୍ଚା ହୁଏ ଯେ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କୁ ପ୍ରଭାସ ଡେଟ୍‌ କରୁଛନ୍ତି। ହେଲେ ଏପର୍ଯ୍ୟନ୍ତ ସେମାନେ ଦୁହିଁଜଣ କେହି ବି ମୁହଁ ଖୋଲି ନାହାଁନ୍ତି। ଦୁହେଁ ପରସ୍ପରକୁ ୧୦ ବର୍ଷ ହେଲା ଜାଣିଛନ୍ତି ଓ ପରସ୍ପରର ଭଲ ବନ୍ଧୁ ମଧ୍ୟ। ଏମାନେ ଏକାଠି ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ଏ ଦୁହିଁଙ୍କ ଯୋଡ଼ିକୁ ସାଉଥର ସବିଠୁ ହିଟ୍‌ ଯୋଡ଼ି ବୋଲି କୁହାଯାଏ।

 

 

 

 



from Odisha Reporter https://ift.tt/32D0SQc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages