‘ସ୍ମିତାରାଣୀଙ୍କ ବୃତ୍ତିଗତ ଚାପର ତଦନ୍ତ କାହିଁକି କରୁନି ପୁଲିସ? ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 23, 2019

‘ସ୍ମିତାରାଣୀଙ୍କ ବୃତ୍ତିଗତ ଚାପର ତଦନ୍ତ କାହିଁକି କରୁନି ପୁଲିସ? ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କର ମୃତ୍ୟୁ ପରଠୁ କେବଳ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ତଦନ୍ତ ହୋଇଛି। କିନ୍ତୁ ତାଙ୍କ ବୃତ୍ତିଗତ ଜୀବନକୁ ନେଇ ପୁଲିସ୍‌ ତଦନ୍ତ ପରିସରକୁ ଆଣୁନି । ଏପରି ଅଭିଯୋଗ ଆଣି ପୁଲିସ୍‌ ଓ ସରକାରଙ୍କୁ ସିଧା ଟାର୍ଗେଟ କରିଛି ବିଜେପି।

ସ୍ମିତାରାଣୀଙ୍କ ମୃତ୍ୟୁ ହୋଇଥିବା ଗେଷ୍ଟ ହାଉସ୍‌କୁ ରଙ୍ଗମହଲ ବୋଲି ଆଖ୍ୟା ଦେବା ସହ ଏହାର ବିଶେଷ କୋଠରୀକୁ କିଏ ବ୍ୟବହାର କରୁଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି । ସ୍ମିତାଙ୍କ ସ୍ୱାମୀଙ୍କ ଅଭିଯୋଗ ମୁତାବକ, ତାଙ୍କ ଉପରେ ବୃତ୍ତିଗତ ଚାପ ଥିଲା । PMAY, ଭତ୍ତା ଆଦିକୁ ନେଇ ସ୍ମିତାରାଣୀଙ୍କ ଉପରେ ଚାପ ରହିଥିଲା ବୋଲି ଗତକାଲି ସ୍ମିତାଙ୍କ ସ୍ୱାମୀ ଗଣମାଧ୍ୟମକୁ କହିଥିଲେ । ତେବେ ଏନେଇ ସରକାର ସଂପୂର୍ଣ୍ଣ ନିରବତା ଅବଲମ୍ବନ କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି।

ଜଣେ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ବିଡିଓ ଥାନାରେ ଏତଲା ଦେବା କଥା । କିନ୍ତୁ ପ୍ରଶାସନ ପକ୍ଷରୁ ଏହି ମାମଲାରେ କେହି ଏତଲା ଦେଇନାହାନ୍ତି। ତେଣୁ ଏହା ଏକ ସମ୍ବେଦନହୀନ ସରକାର ବୋଲି କହିଛନ୍ତି ସମୀର ।

ସେପଟେ ବିଜେପିର ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସମୀର ଦାଶ । ସେ କହିଛନ୍ତି ଆଇନଠୁ ଊର୍ଦ୍ଧ୍ୱରେ କେହି ନୁହନ୍ତି । ଏହି ଘଟଣାକୁ ନେଇ ରାଜନୀତି କରିବା ଉଚିତ ନୁହେଁ । କିଛି ତଥ୍ୟ ଥିଲେ ତଦନ୍ତକାରୀ ସଂସ୍ଥାକୁ ଦେଲେ ଭଲ ହେବ ।



from Odisha Reporter https://ift.tt/32FHFxs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages