ବିଜେପୁର ଭୋଟ୍‌; ସକାଳ ୯ଟା ସୁଦ୍ଧା ୧୧% ମତଦାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 20, 2019

ବିଜେପୁର ଭୋଟ୍‌; ସକାଳ ୯ଟା ସୁଦ୍ଧା ୧୧% ମତଦାନ

=ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ବିଧାନସଭା ଉପନିର୍ବାଚନ ଲାଗି ମତଦାନ ଚାଲିଛି। ପ୍ରତି ବୁଥରେ ମକ୍ ପୋଲିଂ ପରେ ପରେ ସକାଳ ୭ଟାରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ମତଦାତାମାନେ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇ ମତାଧିକାର ସାବ୍ୟସ୍ତ କରୁଛନ୍ତି। ତେବେ ସକାଳ ୯ଟା ସୁଦ୍ଧା ମାତ୍ର ୧୧ ପ୍ରତିଶତ ମତଦାନ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି।

ବିଜେପୁରରେ ଏଥର ୧୧ଟି ଆଦର୍ଶ ବୁଥ କରାଯାଇଛି। ଦିବ୍ୟାଙ୍ଗମାନଙ୍କ ଭୋଟଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗାଇସିଲଟ ବ୍ଲକର ୬ଟି ବୁଥ୍ ନକ୍ସଲ ପ୍ରବଣ ହୋଇଥିବା ବେଳେ ଏଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ଲାଗି ୩୩ ପ୍ଲାଟୁନ୍ ଫୋର୍ସ ସହ ୫ କମ୍ପାନୀ ସିଆରପିଏଫ୍ ଓ ବରିଷ୍ଠ ପୁଲିସ୍ ଅଧିକାରୀ ମୁତୟନ ହୋଇଛନ୍ତି।

ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ମୋଟ ୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ଲକ୍ଷ ୩୨ ହଜାରରୁ ଅଧିକ ଭୋଟର।



from Odisha Reporter https://ift.tt/2J9fiQl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages