ନକ୍ସଲ ଭୟରେ ଭିଟାମାଟି ଛାଡ଼ିଲେ ଗୋଟିଏ ପରିବାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 20, 2019

ନକ୍ସଲ ଭୟରେ ଭିଟାମାଟି ଛାଡ଼ିଲେ ଗୋଟିଏ ପରିବାର

ମାଲକାନଗିରି (ଜିତେନ୍ଦ୍ର ବେଉରା):ନକ୍ସଲ ଭୟରେ ମାଲକାନଗିରି ଜିଲ୍ଲା ଡାବୁଗୁଡାର ବହୁ ଲୋକ ଭିଟାମାଟି ଛାଡ଼ି ସାରିଲେଣି। ପୁଣି ଗୋଟିଏ ପରିବାରର ୧୩ ଜଣ ପ୍ରାଣ ବିକଳରେ ଭିଟାମାଟି ଛାଡିଥିବା ଜଣାଯାଇଛି। ଡାବୁଗୁଡା ଏନକାଉଣ୍ଟରରେ ନକ୍ସଲ କମାଣ୍ଡର ରାକେଶର ମୃତ୍ୟୁ ପରେ ନକ୍ସଲମାନେ ପ୍ରଜାକୋର୍ଟ କରି ଏହି ପରିବାର ସମସ୍ତ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ।  ଏତିକିରେ ସରି ନ ଥିଲା ସେମାନଙ୍କ ନିର୍ଯାତନା । ନକ୍ସଲମାନେ ସେମାନଙ୍କର ଘର ଏବଂ ଆସବାବପତ୍ର ମଧ୍ୟ  ଭଙ୍ଗାରୁଜା କରିଥିଲେ । ଫସଲ ମଧ୍ୟ ନକାଟିବାକୁ ପରିବାର ସଦସ୍ୟଙ୍କୁ ଚେତାବନୀ ଦେଇଥିଲେ।

ଏଥିରେ ଭୟଭୀତ ହୋଇ ପଡ଼ିଥିବା ପରିବାର ଲୋକେ ଗାଁ ଛାଡି ପଳାଇଥିଲେ । ନକ୍ସଲଙ୍କ ଚେତାବନୀ ନେଇ ସେମାନେ ମୁଦୁଲିପଡା ଥାନାରେ ଏତଲା  ଦେବାସହ ସୁରକ୍ଷା ନେଇ ଏସ୍‌ପିଙ୍କୁ ଗୁହାରୀ କରିଛନ୍ତି । ମାଓବାଦୀ ଭୟରେ ବର୍ତ୍ତମାନ ସୁଦ୍ଧା ଡାବୁଗୁଡା ଗାଁର ପ୍ରାୟ ଶହେରୁ ଅଧିକ ଲୋକ ଗାଁ ଛାଡିଥିବା ଜଣାପଡିଛି।



from Odisha Reporter https://ift.tt/2J9Pdk6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages