ଆଜି ରାଜ୍ୟ କ୍ୟାବିନେଟ୍; ୧୧ଟି ଏଜେଣ୍ଡା ଉପରେ ହେବ ବିଚାରବିମର୍ଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 20, 2019

ଆଜି ରାଜ୍ୟ କ୍ୟାବିନେଟ୍; ୧୧ଟି ଏଜେଣ୍ଡା ଉପରେ ହେବ ବିଚାରବିମର୍ଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟା ୬ଟାରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୋଟ ୧୧ଟି ଏଜେଣ୍ଡା ଉପରେ ବିଚାରବିମର୍ଶ ହେବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଏହି କ୍ୟାବିନେଟ୍ ବୈଠକ ୧୯ତାରିଖ ସନ୍ଧ୍ୟା ୬ଟାରେ ହେବାର ଥିଲା। କିନ୍ତୁ ମନ୍ତ୍ରୀମାନେ ବିଜେପୁର ଉପନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବାରୁ ବୈଠକକୁ ୨୧ତାରିଖ ସନ୍ଧ୍ୟା ୬ଟାରେ କରିବାକୁ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ୍ ବୈଠକରେ ଯେଉଁ ପ୍ରସଙ୍ଗରେ ଆଲୋଚନା ହେବ ସେଗୁଡ଼ିକ ମଧ୍ୟରେ ଓଡ଼ିଶା ହିନ୍ଦୁ ରିଲିଜିୟସ୍ ଏଣ୍ଟାଓମେଣ୍ଟ ଆକ୍ଟରେ ସଂଶୋଧନ, ୧୯ଟି ଶିକ୍ଷାନୁଷ୍ଠାନକୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ନିୟନ୍ତ୍ରଣକୁ ନେବା, ଓଡ଼ିଶା ଶ୍ରମ ଆଇନରେ ସଂଶୋଧନ, ୫ଟି ଜିଲ୍ଲା ଯଥା ଢେଙ୍କାନାଳ, ଦେବଗଡ଼, କେନ୍ଦୁଝର, ଯାଜପୁର ଓ ମୟୂରଭଞ୍ଜରେ ମେଗା ପାଇପ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ନିୟନ୍ତ୍ରଣକୁ ୧୯ଟି ଶିକ୍ଷାନୁଷ୍ଠାନ ହସ୍ତାନ୍ତର ଆଦି ରହିଛି।

ଏହାବ୍ୟତୀତ ଓଡ଼ିଶା ଜଳସମ୍ପଦ ବିଭାଗରେ ମୁଖ୍ୟଯନ୍ତ୍ରୀସ୍ତରରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ମିନିଷ୍ଟ୍ରିଆଲ୍ ସର୍ଭିସ୍ ରୁଲ୍ ପ୍ରଣୟନ, ଓଡ଼ିଶା ସଚିବାଳୟ ସେବା କ୍ୟାଡର ରୁଲ୍‌ରେ ସଂଶୋଧନ ସମେତ ଅନୁସୂଚିତ ଜାତି ଓ ଜନଜାତି, ଓବିସି ଓ ଏସଇବିଏସ ବର୍ଗର ଜାତିଗତ ପ୍ରମାଣପତ୍ର ଏବଂ ଆୟକର ପ୍ରମାଣପତ୍ର ପାଇଁ ଆବେଦନ ଫି ଓ ୟୁଜର୍ସ ଫି’କୁ ଉଚ୍ଛେଦ କରାଯିବା ପାଇଁ ରାଜସ୍ୱ ବିଭାଗର ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଲାଗିବାର ସମ୍ଭାବନା ରହିଛି।



from Odisha Reporter https://ift.tt/2qoeJvt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages