ନୂଆପଡ଼ା (ମାୟାଧର ସରାଫ୍): ନୂଆପଡ଼ା ଜିଲ୍ଲା ମାନିଗୁଡ଼ା ଗାଁ ନିକରେ ଏକ ଜନନୀ ସୁରକ୍ଷା ଆମ୍ୱୁଲାନ୍ସ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଉଭୟ ଡ୍ରାଇଭର ଓ ହେଲପର୍ ଆହତ ହୋଇଛନ୍ତି। ସେମାନଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଥିଲା। ଆମ୍ୱୁଲାନ୍ସଟି ଜଣେ ରୋଗୀଙ୍କୁ ଖଡ଼ିଆଳରେ ଛାଡ଼ି ନୂଆପଡ଼ା ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦ୍ରୁତ ଗତି ଯୋଗୁ ଏପରି ଘଟିଥିବା କୁହାଯାଉଛି।
from Odisha Reporter https://ift.tt/2NhK6zB
No comments:
Post a Comment