ନୂଆଦିଲ୍ଲୀ: ୨୬ ତାରିଖ ରାତିରେ ନିପାତ ହୋଇଛି ବିଶ୍ୱର ସବୁଠାରୁ ବଡ଼ ଆତଙ୍କବାଦ ସଂଗଠନର ମୁଖ୍ୟ ଅବୁ ବକର ଅଲ ବାଗଦାଦି। ଆମେରିକାର ଡେଲ୍ଟା କମାଣ୍ଡର ସିରିଆରେ ବାରିଶାରେ ପହଞ୍ଚିବାକୁ ତୁର୍କୀ, ସିରିଆ ଏବଂ ଋଷିଆର ଆକଶ ପଥ ବ୍ୟବହାର କରିଥିଲେ। ଯାହାକି ଏହି ଦେଶ ଗୁଡ଼ିକ ଜାଣିଥିଲେ ମଧ୍ୟ ଗୁପ୍ତ ରହିଥିଲା। ହେଲେ ବାଗଦାଦି ଜାଣିପାରିନଥିଲା ତାକୁ ଆକ୍ରମଣ କରିବାକୁ ଆମେରିକାର ସେନା ଆସୁଛନ୍ତି। ଆଉ ଆମେରିକା ସେନାର ଏହି ମିଶନରୁ ସଫଳ କରାଇଥିଲା ‘ଚିନୁକ୍’ ଏବଂ ‘ବ୍ଲାକ ହକ୍ସ’ ହେଲିକପ୍ଟର।
ଏହି ଅତ୍ୟାଧୁନିକ ‘ଚିନୁକ୍’ ହେଲିକପ୍ଟର ଏବେ ଭାରତ ପାଖରେ ରହିଛି। ଆମେରିକା ସେନାରେ ବ୍ୟବହୃତ ହେଉଥିବା ଏହି ଅତ୍ୟାଧୁନିକ ହେଲିକପ୍ଟର ମାର୍ଚ୍ଚ ୨୫ରେ ଭାରତୀୟ ବାୟୁସେନାରେ ସାମିଲ୍ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ୪ଟି ‘ଚିନୁକ୍’ ହେଲିକପ୍ଟର ସାମିଲ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଭାରତ ଆହୁରି ୧୫ଟି ଆଣିବ ବୋଲି ଆମେରିକା ସହିତ ଚୁକ୍ତି ହୋଇଛି।
ଭାରତ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଯାଇ ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ କରିଛି। ଯାହାକି ରାତି ଅଧିରେ କରିଥିଲା ଭାରତ। ଏଥିରେ ସଫଳ ମଧ୍ୟ ହୋଇଛି। ପାକିସ୍ତାନ ପଟୁ ବାରମ୍ୱାର ଆତଙ୍କବାଦୀ ଅନୁପ୍ରବେଶ ଏବଂ ଯୁଦ୍ଧ ଧମକ ମିଳିବା ପରେ ଦୃଢ଼ ଜବାବ ଦେବାକୁ ଯାଇ ମୋଦି ସରକାର ତାଙ୍କର ପ୍ରଥମ ସରକାରରେ ବାୟୁସେନାରେ ‘ଚିନୁକ୍’ହେଲିକପ୍ଟର ସାମିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଭାରତୀୟ ବାୟୁସେନା ୧.୫ ବିଲିୟନ୍ ଡଲାର ଆମେରିକାକୁ ଦେବ ବୋଲି ଚୁକ୍ତି ହୋଇଛି।
‘ଚିନୁକ୍’ ହେଲିକପ୍ଟରରେ ସୈନ୍ୟ, ବଡ଼ କମାଣ, ଅସ୍ତ୍ରଶସ୍ତ୍ର ସହ ଯୁଦ୍ଧ ପାଇଁ ଆବଶ୍ୟକ ସମସ୍ତ ପ୍ରକାରର ସରଞ୍ଜାମ ନେଇ ପାରିବ। ଏହି ହେଲିକପ୍ଟରଟି ସମସ୍ତ ପ୍ରକାରର ପରିବେଶ ଓ ପାଗରେ ବେଶ ଆରାମରେ ଉଡ଼ିପାରିବ। ପ୍ରତିରକ୍ଷା ସରଞ୍ଜାମ ବ୍ୟତୀତ ମେଡିକାଲ ସ୍ଥାନାନ୍ତର, ରିଲିଫ୍ ସାମଗ୍ରୀ, ସର୍ଚ୍ଚ ଓ ରିକଭରୀ ଏବଂ ଯୁଦ୍ଧ ବେଳେ ସିଧାସଳଖ ଲଢ଼େଇ ପାଇଁ ମଧ୍ୟ ଏହି ହେଲିକପ୍ଟରକୁ ବ୍ୟବହାର କରାଯାଇ ପାରିବ। ହେଲିକପ୍ଟରରେ ଡିଜିଟାଲ୍ କକ୍ପିଟ୍ର ସୁବିଧା ରହିଛି। ଏହା ରାତିର ଘନ ଅନ୍ଧାରରେ ମଧ୍ୟ ଅପରେସନ କରିପାରିବ।
ଏହି ହେଲିକପ୍ଟରେ ୧୧ ଟନ୍ ପେ’ଲୋଡ୍ ଓ ୪୫ ଜଣ ସୈନ୍ୟଙ୍କୁ ଏକାଥରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ କରିପାରିବ। ଏହି ‘ଚିନୁକ୍’ ହେଲିକପ୍ଟର ଭାରତୀୟ ସେନାରେ ଥିବା ଏମଆଇ-୭୭୭ ଅଲଟ୍ରା ଲାଇଟ୍ ହାଓୱିତଜରକୁ ଉଠାଇ ଉଡ଼ାଣ କରିପାରିବ।
from Odisha Reporter https://ift.tt/2BMWthN
No comments:
Post a Comment