କୁକୁର ଗୋଡ଼ାଇବାରୁ ଆତ୍ମଘାତୀ ବିସ୍ଫୋରଣରେ ନିଜକୁ ଉଡ଼ାଇଦେଲା ବାଗଦାଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 27, 2019

କୁକୁର ଗୋଡ଼ାଇବାରୁ ଆତ୍ମଘାତୀ ବିସ୍ଫୋରଣରେ ନିଜକୁ ଉଡ଼ାଇଦେଲା ବାଗଦାଦି

ଓ୍ୱାଶିଂଟନ: ସାରା ଦୁନିଆରେ ନିଜର ଆତଙ୍କୀ ରାଜ ଚଳାଇଥିବା ଆଇଏସଆଇଏସ ସଂଗଠନର ମୁଖ୍ୟ ଅବୁ ବକର ଅଲ ବାଗଦାଦି ନିପାତ ହୋଇଛି। ଅନ୍ୟକୁ ଯେଉଁଭଳି ବାଗଦାଦି ଅମାନବୀୟ ଭାବରେ ମାରୁଥିଲା, ସେହିଭଳି ଭାବରେ ଆମେରିକା ସେନା ବାଗଦାଦିକୁ ମାରିବା ପାଇଁ ଗୋଡ଼ାଇ ଥିଲା। ଶେଷରେ ସେ ନିଜକୁ ବୋମା ପକାଇ ଉଡ଼ାଇ ଦେଇଛି।

ଆମେରିକା ସେନାର ଦୀର୍ଘ ବର୍ଷ ଧରି ଟାର୍ଗେଟରେ ଥିଲା ବାଗଦାଦି। ଯିଏ ବାଗଦାଦି ବାବଦରେ ଖବର ଦେବା ତାକୁ ଆମେରିକା ସରକାର ୨୫ ନିୟୁତ ଡଲାର ଦେବ ବୋଲି ୨୦୧୭ରେ ଟ୍ରମ୍ପ ସରକାର ଘୋଷଣା କରିଥିଲା। ଏବେ ବାଗଦାଦିକୁ ମାରି ଟ୍ରମ୍ପ ସରକାର ଏକ ବଡ଼ ଉପଲବ୍ଧି ହାସଲ କରିଛି। ସେହିପରି ପୂର୍ବରୁ ବିଶ୍ୱ ବାଣିଜ୍ୟ ସଂଗଠନ ଉପରେ ଆକ୍ରମଣର କରି ଆମେରିକାର ଆକ୍ରୋଶର ଶିକାର ହୋଇଥିବା ଓସାମା ବିନ୍ ଲାଡେନଙ୍କୁ ମଧ୍ୟ ସେତେବେଳର ବାରାକ ଓବାମା ସରକାର ଏହି ଭଳି ଢଙ୍ଗରେ ରାତିରେ ଅପରେସନ କରି ନିପାତ କରିଥିଲା।


ଦୈନିକ ଖବରକାଗଜ ଡେଲି ମେଲର ରିପୋର୍ଟ ଅନୁଯାୟୀ, ସିରିଆର ବାରିଶାରେ ଆତଙ୍କବାଦୀ ବାଗଦାଦି ଏକ ବଙ୍କର ଭିତରେ ଲୁଚିଥିବା ନେଇ ଜାଣିବା ପରେ ଆମେରିକା ସେନା ୨୬ ତାରିଖ ରାତିରେ ସେଠାରେ ପହଞ୍ଚିଥିଲା। ଯେଉଁ ଜାଗାରେ ବାଗଦାଦି ରୁହେ ସେହି ସ୍ଥାନରେ ମୁଖ୍ୟତଃ ଜନ ଗହଳି ନଥାଏ। ହେଲେ ରାତିରେ ହଠାତ୍ ବନ୍ଧୁକର ଶବ୍ଦ ଏବଂ ମଣିଷର ଚିତ୍କାର ଶୁଣିବାକୁ ମିଳିଥିଲା। ଏହାପରେ ଜଣାପଡ଼ିଥିଲା ବଙ୍କର ଭିତରେ ଆମେରିକା ସେନା ପଶି ସର୍ଚ୍ଚ ଅପରେସନ କରୁଛି। ଯାହାକୁ ନିଜ ଘରେ ବସି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଖୁଥିଲେ।

ପ୍ରଥମେ ବାଗଦାଦିର ବଙ୍କରକୁ ଆମେରିକା ସେନାର ଡେଲ୍ଟା କମାଣ୍ଡର ଆକାଶ ମାର୍ଗରୁ ଘେରିଯାଇଥିଲେ। ଏହାପରେ ୭୦ ଜଣ ଡେଲ୍ଟା କମାଣ୍ଡର ବାଗଦାଦିର ବଙ୍କର ଭିତରକୁ ପ୍ରବେଶ କରିଥିଲେ। ଏହି ଡେଲ୍ଟା କମାଣ୍ଡରଙ୍କ ସହିତ ତାଲିମପ୍ରାପ୍ତ କୁକୁର ଏବଂ ରୋବୋଟ୍‌ ଥିଲେ। ଏହି ରୋବୋଟ୍‌ ଆତ୍ମଘାତୀ ଆକ୍ରମଣକୁ ସାମ୍ନା କରିବାରେ ବଡ଼ ଭୂମିକା ନେଉଥିଲା। ଆମେରିକା କମାଣ୍ଡରଙ୍କ ଉଦ୍ଦେଶ୍ୟ ଥିଲା ବାଗଦାଦିକୁ ଜୀବିତ ଭାବରେ ଉଦ୍ଧାର କରିବେ, ନଚେତ ହତ୍ୟା କରିବେ।

ହେଲେ ବଙ୍କର ଭିତରେ ପଶିବା ମାତ୍ରେ ବାଗଦାଦିର ସୁରକ୍ଷା କର୍ମୀ ଗୁଳି କରିବା ଆରମ୍ଭ କରିଥିଲେ। ଏହାପରେ ଆମେରିକାର ଡେଲ୍ଟା କମାଣ୍ଡର ଆରମ୍ଭ କରିଥିଲେ ଜୋରଦାର ଆକ୍ରମଣ। ଏହାପରେ ବାଗଦାଦିର କିଛି ସୁରକ୍ଷାକର୍ମୀ ଆମେରିକା ସେନା ଆଗରେ ଆତ୍ମସମର୍ପଣ କରି ଦେଇଥିଲେ। ବାଦଦାଦି ବଙ୍କର ଭିତରେ ଯେଉଁ କୋଠରୀ ଭିତରେ ରହୁଥିଲା ତାର କବାଟ ବନ୍ଦ ଥିଲା। କବାଟ ଭାଙ୍ଗିଲେ ବାଗଦାଦି ସକ୍ରିୟ ହୋଇଯିବ ବୋଲି ଆମେରିକା କମାଣ୍ଡର ଚିନ୍ତା କରିଥିଲେ। ଏହାପରେ ସେହି ଘରର ଏକ କାନ୍ଥ ଭାଙ୍ଗି ଘର ଭିତରକୁ ପଶିଥିଲେ ଡେଲ୍ଟା କମାଣ୍ଡର। ଏହାପରେ ବାଗଦାଦିର ଦୁଇ ସ୍ତ୍ରୀ ଆମେରିକା ସେନାର ଗୁଳିରେ ନିହତ ହେବା ପୂର୍ବରୁ ନିଜକୁ ବୋମାରେ ଉଡ଼ାଇ ଦେଇଥିଲେ। ବାଗଦାଦି ଆତ୍ମସମର୍ପଣ କରିବା ବଦଳରେ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରି ଦୌଡ଼ିଥିଲା। ଏହାପରେ ବଙ୍କରର ସମସ୍ତ ରାସ୍ତାକୁ ଘେରିଯାଇଥିଲେ ଡେଲ୍ଟା କମାଣ୍ଡର। ୪୮ ବର୍ଷୀୟ ବାଗଦାଦି ନିଜର ତିନି ଛୁଆଙ୍କୁ ଧରି ଦୌଡ଼ିବା ଆରମ୍ଭ କରିବା ମାତ୍ରେ ଡେଲ୍ଟା କମାଣ୍ଡର ସାଙ୍ଗରେ ନେଇଥିବା ତାଲିମ ପ୍ରାପ୍ତ କୁକୁରଙ୍କୁ ଛାଡ଼ି ଦେଇଥିଲେ। ଏହି ସମୟରେ ବାଗଦାଦିର ତିନି ଛୁଆ ଆମେରିକା ସେନାର କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଥିଲେ। ଏହାପରେ ବାଗଦାଦି କୁକୁରମାନଙ୍କ ଆକ୍ରମଣ ଏବଂ ଆମେରିକା ସେନାର କାର୍ଯ୍ୟାନୁଷ୍ଠାନକୁ ଦେଖି ନିଜକୁ ଉଡ଼ାଇ ଦେଇଥିଲା।

ବାଗଦାଦିର ମୃତ୍ୟୁ ପରେ ଆମେରିକା ସେନା ସଙ୍ଗେ ସଙ୍ଗେ ତାର ଡିଏନଏ ପରୀକ୍ଷା କରିଥିଲେ। ଯେଉଁଥିରୁ ସ୍ପଷ୍ଟ ହୋଇଥିଲା ବାଗଦାଦି ନିପାତ ହୋଇଛି। ଆମେରିକାର ଏହି ମିଶନରେ ଚିନୁକ ଏବଂ ବ୍ଲାକ ବକ୍ସ ହେଲିକପ୍ଟର ସାମିଲ୍ ହୋଇଥିଲା।

ତେବେ ସିରିଆରେ ବାଗଦାଦିକୁ ଆକ୍ରମଣ କରିବାକୁ ଯିବା ପୂର୍ବରୁ ଆମେରିକା ସେନା ତୁର୍କୀ, ସିରିଆ, ରୁଷିଆ ଆକାଶ ପଥ ଦେଇ ଯାଇଥିଲେ। ଏହି ସମୟରେ ତିନି ଦେଶକୁ କେବଳ କହିଥିଲେ କିଛି ବଡ଼ ହେବାକୁ ଯାଉଛି। ଏହାପରେ ତିନି ଦେଶ ଆମେରିକାର ଏହି ମିଶନ ବାବଦରେ ତଥ୍ୟକୁ ଗୁପ୍ତରେ ରଖିଥିଲେ।



from Odisha Reporter https://ift.tt/31NJ1oF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages