ରଣବୀର,ଆଲିଆ ଓ ସେହି ସ୍ପେଶାଲ୍‌ ମୁହୂର୍ତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 25, 2019

ରଣବୀର,ଆଲିଆ ଓ ସେହି ସ୍ପେଶାଲ୍‌ ମୁହୂର୍ତ୍ତ

ମୁମ୍ବାଇ: ବି’ ଟାଉନ୍‌ର କ୍ୟୁଟ୍‌ କପଲ୍ ହେଉଛନ୍ତି ଆଲିଆ ଭଟ୍ଟ ଓ ରଣବୀର କପୁର। ଦୁହେଁ ବାହା ହେବେ ବୋଲି ସ୍ପଷ୍ଟ ହୋଇଯାଇଛି। ତେବେ କେବେ ବାହା ହେବେ, ସେ ନେଇ କିଛି ସ୍ପଷ୍ଟ ସୂଚନା ନାହିଁ। ଦୁଇ ତିନି ଦିନ ତଳେ ଏକ ବାହାଘର ନିମନ୍ତ୍ରଣ କାର୍ଡ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା, ଯେଉଁଥିରେ ଆଲିଆ ଓ ରଣବୀରଙ୍କ ନାଁ ଥିଲା। ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ରାଜସ୍ଥାନର ଯୋଧପୁରରେ ସେମାନଙ୍କ ବାହାଘର ହେବ ବୋଲି ଏଥିରେ ଉଲ୍ଲେଖ ରହିଥିଲା। ତେବେ ପରେ ଏହା ଫେକ୍ ବୋଲି ଜଣାପଡ଼ିଥିଲା।

ସେ ଯାହା ହେଉ, ରଣବୀରଙ୍କୁ ଆଲିଆ ନିଜ ମନର ମଣିଷ ବୋଲି ମାନି ନେଇ ସାରିଛନ୍ତି। ଅନେକ ସ୍ଥାନରେ ପରୋକ୍ଷରେ ହେଉ ଅବା ପ୍ରତ୍ୟକ୍ଷରେ, ସେ ଏ କଥା କହି ସାରିଛନ୍ତି। ଗତକାଲି ଜଣେ ପ୍ରଶଂସକ ପ୍ରଶ୍ନର ଉତ୍ତର ଦେଇ ପରୋକ୍ଷରେ ସେ ପୁଣି ଥରେ ଏ କଥା ଦୋହରାଇଥିଲେ।

ଗତକାଲି ଆଲିଆ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଏକ ଭିଡିଓ ଶେଆର କରିଥିଲେ। ଏଥିରେ ସେ ତାଙ୍କ ପ୍ରଶଂସକମାନେ ପଚାରିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଜଣେ ପ୍ରଶଂସକ ତାଙ୍କୁ ପଚାରିଥିଲେ ଯେ ୨୦୧୯ରେ ତାଙ୍କ ପାଇଁ କେଉଁଟି ସବୁଠୁ ସୁନ୍ଦର ମୁହୂର୍ତ୍ତ ଥିଲା।

ଏହାର ଉତ୍ତରରେ ଆଲିଆ କହିଥିଲେ, “ଚଳିତ ବର୍ଷ ମୋତେ ଫିଲ୍ମ ଫେୟାର ଆୱାର୍ଡ ମିଳିଥିଲା। ରଣବୀର କପୁରଙ୍କୁ ମଧ୍ୟ ଏହି ଆୱାର୍ଡ ମିଳିଥିଲା। ଏହି ଆୱାର୍ଡ ପାଇବା ପରେ ଆମେ ଦୁହେଁ ଏକାଠି ଷ୍ଟେଜ୍‌ ଉପରେ ଥିଲୁ ଓ ଆମର ବହୁତ ଫଟୋ ଉଠାଯାଇଥିଲା। ସେଇଟା ମୋ ପାଇଁ ଗୋଟେ ସ୍ୱତନ୍ତ୍ର ମୁହୂର୍ତ୍ତ ଥିଲା। କାରଣ ମୁଁ ଏମିତି ଏକ ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲି।”

ସୂଚନାଯୋଗ୍ୟ, ଚଳିତ ବର୍ଷ ରଣବୀରଙ୍କୁ ଫିଲ୍ମ ’ସଞ୍ଜୁ’ରେ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ଆୱାର୍ଡ ମିଳିଥିଲା। ସେହିପରି ଫିଲ୍ମ ’ରାଜି’ ପାଇଁ ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଏହି ପୁରସ୍କାର ପାଇଥିଲେ। ଏ ଦୁହେଁ କେବେ ଏକାଠି ଫିଲ୍ମ କରି ନଥିବା ବେଳେ ଆଗକୁ ଏ ଯୋଡ଼ିକୁ ଦର୍ଶକମାନେ ପରଦାରେ ଏକତ୍ର ଦେଖି ପାରିବେ। ‘ବ୍ରହ୍ମାସ୍ତ୍ର’ ଫିଲ୍ମରେ ସେମାନେ ଏକାଠି ଅଭିନୟ କରୁଛନ୍ତି। ଏବେ ଏହାର ଶୁଟିଂ ଚାଲିଛି। ଅୟାନ୍‌ ମୁଖାର୍ଜୀ ଏହାର ନିର୍ଦ୍ଦେଶନା ଦେଉଛନ୍ତି।



from Odisha Reporter https://ift.tt/3651CQg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages