ଚଣ୍ଡିଗଡ: ଆସନ୍ତାକାଲି ଦୀପାବଳି। ଏହି ଅବସରରେ ଅପରାହ୍ନ ୨ଟାରେ ଦ୍ୱିତୀୟ ଥର ପାଇଁ ହରିଆଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ମନୋହର ଲାଲ ଖଟ୍ଟର। ଆଜି ଚଣ୍ଡିଗଡରେ ନବ ନିର୍ବାଚିତ ବିଧାୟକଙ୍କୁ ନେଇ ବିଜେପିର ବୈଠକ ଚାଲିଛି। ଏହି ବୈଠକରେ ବିଜେପି ବିଧାୟକ ଦଳର ନେତା ମନୋହର ଲାଲ ଖଟ୍ଟର ହେବେ ବୋଲି ସ୍ଥିର ହୋଇଛି। ଆସନ୍ତାକାଲି ମନହୋର ଲାଲ ଶପଥ ଗ୍ରହଣ କରିବେ ବୋଲି ଆଲୋଚନା ହୋଇଥିବା ସୂଚନା ରହିଛି। ତେବେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ମନୋହରଙ୍କ ଦ୍ୱିତୀୟ ସରକାରରେ ରହିବେ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଆଜି ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ଭେଟିବେ ମନୋହର ଲାଲ ଖଟ୍ଟର। ଏହି ଭେଟଘାଟ ବେଳେ ସରକାର ଗଢ଼ିବା ପାଇଁ ଦାବି କରିବେ ଖଟ୍ଟର।
ହରିଆଣାର ୯୦ ବିଧାନସଭା ଆସନରୁ ବିଜେପି ୪୦ଟି ସିଟରେ ଜତିଥିବା ବେଳେ କଂଗ୍ରେସ ୩୧, ଜେଜେପି ୧୦ ଏବଂ ଅନ୍ୟାନ୍ୟ ୯ ଜଣ ଜିତିଛନ୍ତି।
ବିଜେପିକୁ ଜେଜେପି ଏବଂ ସ୍ୱାଧୀନ ବିଧାୟକ ସମର୍ଥନ କରିବେ ବୋଲି ଘୋଷଣା ହୋଇଛି। ଜେଜେପିର ମୁଖ୍ୟ ଦୁଷ୍ୟନ୍ତ ମନୋହରଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଗତକାଲି ବିଜେପି ସଭାପତି ଅମିତ ଶାହ ଘୋଷଣା କରିଥିଲେ। ଏବେ ଆଉ ଜଣେ ଉପମୁଖ୍ୟମନ୍ତ୍ରୀ ବିଜେପିରୁ ହେବେ ବୋଲି ଜଣାପଡ଼ିଛି। ସେହିପରି ଜେଜେପିରୁ ଦୁଇ ଜଣ କ୍ୟାବିନେଟ ଏବଂ ଜଣେ ରାଜ୍ୟ ପାହ୍ୟା ମନ୍ତ୍ରୀ ହେବେ ବୋଲି ସ୍ଥିର ହୋଇଛି।
from Odisha Reporter https://ift.tt/33ZaJju
No comments:
Post a Comment