ଜୟପୁର: ଗତକାଲି ମା’ ଦୁର୍ଗାଙ୍କୁ ମେଲାଣି ଦେବାକୁ ଯାଇ ନଦୀରେ ବୁଡ଼ି ଯାଇ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରଥମେ ୭ ଜଣଙ୍କର ମୃତ୍ୟୁ ଘଟିଥିଲା ପରେ ଆଉ ୩ ଜଣ ନିଖୋଜ ଥିବା ନେଇ ସୂଚନା ମିଳିବା ପରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି ବୋଲି ଜଣାପଡ଼ିଛି। ରାଜସ୍ଥାନର ଢୋଲପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି।
UPDATE: A total of 10 people had drowned during Durga idol immersion in Parbati river in Dholpur. https://t.co/dPqPqtNHEh
— ANI (@ANI) October 9, 2019
ଗତକାଲି ଢୋଲପୁରରେ ଥିବା ପାର୍ବତୀ ନଦୀରେ ମା’ ଦୁର୍ଗାଙ୍କ ବିସର୍ଜନ ହେଉଥିଲା। ଏହି ସମୟରେ ଦୁଇଟି ପୃଥକ ପୃଥକ ସ୍ଥାନରେ ଭଷାଣି ହେଉଥିବା ବେଳେ ନଦୀର ସ୍ରୋତରେ ୧୦ ଜଣ ଭାସି ଯାଇ ବୁଡ଼ିଯାଇଥିଲେ। ଏହାପରେ ନଦୀ କୂଳରେ ଥିବା ସେପଉ ପୁଲିସ ଷ୍ଟେସନ ନିକଟରେ ଜଣଙ୍କର ଶବ ଉଦ୍ଧାର ହୋଇଥିବା ବେଳେ ଆଉ ୪ ଜଣଙ୍କୁ ପାର୍ବତୀ ନଦୀ ସହିତ ଯୋଡ଼ି ହୋଇଥିବା ଚମ୍ୱଲ ନଦୀରୁ ଉଦ୍ଧାର ହୋଇଥିଲେ।
ଅନ୍ୟମାନଙ୍କ ଶବ ଉଦ୍ଧାର କରିବା ପାଇଁ ଗତକାଲିଠୁ ପୁଲିସ୍ ଏବଂ ବୁଡାଳି ମାନେ ନିୟୋଜିତ ରହିଛନ୍ତି।
from Odisha Reporter https://ift.tt/321iLYH
No comments:
Post a Comment