ବାଲେଶ୍ୱର(ଓଡ଼ିଶା ରିପୋର୍ଟର) : ବଜାର ମଝିରେ କିଛି ମହିଳାଙ୍କ ମଧ୍ୟରେ ଚାଲିଛି ଚୁଟି ଭିଡ଼ାଭିଡ଼ି, ଗୋଇଠା, ବିଧା ମରାମରି। ବାଲେଶ୍ୱର ସହର ସହଦେବଖୁଣ୍ଟା ଅଞ୍ଚଳର ଏକ ଦୋକାନ ସମ୍ମୁଖରେ ଏପରି ଘଟଣା ଦୀର୍ଘ ସମୟ ଧରି ଚାଲିଥିଲା। ଭଡ଼ାରେ ଚାଲିଥିବା ଦୋକାନ ଘର ଛାଡ଼ିବାକୁ ଘର ମାଲିକ କହିବା ପରେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ। ଦେଖଣାହାରୀ ଏହାକୁ ମୋବାଇଲରେ ରେକର୍ଡିଂ କରିବାରେ ବ୍ୟସ୍ତ ଥିବା ବେଳେ କେହି ଛଡ଼ାଇବାକୁ ଚେଷ୍ଟା କରୁ ନ ଥିଲେ।
ସୂଚନା ଅନୁସାରେ, ସହଦେବଖୁଣ୍ଟା ଅଞ୍ଚଳର ପଦାରବିନ୍ଦ ମହାପାତ୍ର ତାଙ୍କ ଘରକୁ ବାରବାଟୀ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଭଡ଼ାରେ ଦେଇଥିଲେ। ସେହି ଘରେ ଉକ୍ତ ବ୍ୟକ୍ତି ଜଣକ ଫଟୋ ଷ୍ଟୁଡ଼ିଓ କରି ଦୀର୍ଘ ବର୍ଷ ଧରି ବ୍ୟବସାୟ କରିଆସୁଥିଲେ।
ନିକଟରେ ଘରମାଲିକ ଘର ଛାଡ଼ିବା ପାଇଁ କହିବା ସତ୍ତ୍ୱେ ବ୍ୟବସାୟୀ ଜଣକ ଘର ଛାଡ଼ି ନଥିଲେ। ଏହାପରେ ଗତ ରବିବାର ଘର ମାଲିକ ଦୋକାନରୁ ସମସ୍ତ ଜିନିଷ ବାହାରେ ଫୋପାଡ଼ି ଦେଇଥିଲେ। ଯାହାକୁ ନେଇ ଉଭୟ ପକ୍ଷର ମହିଳାଙ୍କ ମଧ୍ୟରେ ଦୋକାନ ସମ୍ମୁଖରେ ପାଟିତୁଣ୍ଡ ସହ ମାର୍ପିଟ୍ ଆରମ୍ଭ ହୋଇଯାଇଥିଲା। ଏହାର ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।
ଏହାପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ଥାନାକୁ ଆଣିଥିଲା। ସେଠାରେ ସେମାନଙ୍କ ମଧ୍ୟରେ ଆପୋସ ସମାଧାନ ହୋଇଥିବା ବେଳେ କେହି ଲିଖିତ ଅଭିଯୋକ କରି ନ ଥିବା ଜଣାଯାଇଛି।
ଏ ନେଇ ଘରମାଲିକ ପଦାରବିନ୍ଦ ପ୍ରତିକ୍ରିୟା ଦେଇ କହିଛନ୍ତି, ‘୮ ରୁ ୯ ବର୍ଷ ଧିର ଉକ୍ତ ବ୍ୟକ୍ତିଜଣକ ଘର ଭଡ଼ା ନେଇଥିଲେ, କିନ୍ତୁ ଏଗ୍ରିମେଣ୍ଟ କରିନଥିଲେ। ବାରମ୍ୱାର କହିବା ପରେ ମଧ୍ୟ ଘର ଛାଡ଼ୁ ନଥିଲେ। କିଛିଦିନ ତଳେ ତାଙ୍କ ପରିବାର ଲୋକ ଆସି ଦୋକାନ ଚାବି ଭାଙ୍ଗିବା ସହ ମୋ ସ୍ତ୍ରୀ, ଝିଅ ଓ ପୁଅକୁ ମାର୍ପିଟ୍ କରିଥିଲେ। ’
from Odisha Reporter https://ift.tt/2AXkthL
No comments:
Post a Comment