ଭାରତ-ଦକ୍ଷିଣ ଆଫ୍ରିକା ବିଶାଖାପାଟଣା ଟେଷ୍ଟ, ମହାଷ୍ଟମୀରେ ମହାବିଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 6, 2019

ଭାରତ-ଦକ୍ଷିଣ ଆଫ୍ରିକା ବିଶାଖାପାଟଣା ଟେଷ୍ଟ, ମହାଷ୍ଟମୀରେ ମହାବିଜୟ

ଅମରାବତୀ: ସାରା ଦେଶରେ ଆଜି ଦୁର୍ଗା ମହାଷ୍ଟମୀ ଚାଲିଛି। ଏହି ଅବସରରେ ଦେଶବାସୀଙ୍କୁ ବିଜୟ ଭେଟି ଦେଇଛି ଭାରତୀୟ କ୍ରିକେଟ୍ ଟିମ୍। ବିଶାଖାପାଟଣାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚର ଆଜି ପଞ୍ଚମ ଦିନ ଥିବା ବେଳେ ଭାରତ ଅତିଥି ଦଳକୁ ୨୦୩ ରନ୍‌ରେ ହରାଇଛି।

ଭାରତ ଦ୍ୱିତୀୟ ଇନିଂସ ଖେଳି ମୋଟ୍ ୩୯୫ ରନର ଟାର୍ଗେଟ ଦେଇଥିଲା ଦକ୍ଷିଣ ଆଫ୍ରିକାକୁ। ହେଲେ ଆଜି ଶେଷ ଦିନ ମଧ୍ୟାହ୍ନ ଭୋଜନ ପରେ ଦକ୍ଷିଣ ଆଫ୍ରିକା ମୋଟ୍ ୧୯୧ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଛି। ଏହି ବିଜୟ ସହିତ ଭାରତ ମୋଟ୍ ୩ଟି ଟେଷ୍ଟ ମ୍ୟାଚରୁ ଗୋଟିଏ ଟେଷ୍ଟ ନିଜ ନାମରେ କରିଛି। ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ୧୦ ଅକ୍ଟୋବରରେ ପୁଣେରେ ଖେଳାଯିବ।

ବିଶାଖପାଟଣାରେ ଚାଲିଥିବା ଏହି ମ୍ୟାଚରେ ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମ ଇନିଂସରେ ଭାରତ ମୋଟ୍ ୫୦୨ ରନ କରି ଦକ୍ଷିଣ ଆଫ୍ରିକାକୁ ଖେଳିବା ପାଇଁ ଆମନ୍ତ୍ରିତ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ମଧ୍ୟ ୪୩୧ ରନ କରି ଅଲଆଉଟ୍ ହୋଇଥିଲା। ଏହାପରେ ଭାରତ ୭୧ ରନର ଅଗ୍ରଣୀ ରହି ଦ୍ୱିତୀୟ ପାଳି ଖେଳିଥିଲା। ଦ୍ୱିତୀୟ ଇନିଂସରେ ଭାରତ ୪ଟି ଓ୍ୱିକେଟ୍ ହରାଇ ୩୨୩ ରନ୍ କରି ଦକ୍ଷିଣ ଆଫ୍ରିକାକୁ ବ୍ୟାଟଂ କରିବାକୁ ସୁଯୋଗ ଦେଇଥିଲା। ଏହାପରେ ୩୯୫ ରନର ଟାର୍ଗେଟ ପିଛା କରି ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଆରମ୍ଭ କରିଥିଲା। ହେଲେ ଭାରତୀୟ ବୋଲରଙ୍କୁ ସାମ୍ନା ନକରିପାରି ଦକ୍ଷିଣ ଆଫ୍ରିକା ୧୯୧ରେ ଅଲ୍ ଆଉଟ୍ ହୋଇଥିଲା।

ଭାରତୀୟ ବୋଲର ଜାଡେଜା ଏବଂ ମହମ୍ମଦ ସାମିଙ୍କ ଘାତକ ବୋଲିଂ ଦକ୍ଷିଣ ଆଫ୍ରିକା ପାଇଁ କାଳ ସାଜିଥିଲା। ଦ୍ୱିତୀୟ ଇନିଂସରେ ଟାର୍ଗେଟ୍ ପିଛା କରିବାକୁ ଯାଇ ୬୦ ରନରେ ୫ଟି ଓ୍ୱିକେଟ୍ ହରାଇଥିଲା ଦକ୍ଷିଣ ଆଫ୍ରିକା। ଏହାପରେ ୭୦ ରନରେ ୮ଟି ଓ୍ୱିକେଟ ହରାଇ ଦକ୍ଷିଣ ଆଫ୍ରିକା ପରାଜୟ ଆଡ଼କୁ ମୁହାଁଇଥିଲା।

ରବୀଚନ୍ଦ୍ରନ ଅଶ୍ୱୀନ ଏହି ଟେଷ୍ଟରେ ପ୍ରଥମ ଇନିଂସରେ ୭ଟି ଓ୍ୱିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୨ଟି ଏବଂ ଇଶାନ୍ତ ଶର୍ମା ଗୋଟିଏ ଓ୍ୱିକେଟ୍ ନେଇଥିଲେ। ଦ୍ୱିତୀୟ ଇନିଂସରେ ଅଶ୍ୱୀନ ଡି ବ୍ରୁଇନଙ୍କୁ ଆଉଟ କରି ଟେଷ୍ଟ କ୍ରିକେଟରେ କମ୍ ସମୟରେ ୩୫୦ ଓ୍ୱିକେଟ ନେବାରେ ସକ୍ଷମ ହୋଇଛନ୍ତି। ଏବେ ଶ୍ରୀଲଙ୍କାର ପୂର୍ବତନ ସ୍ପୀନର ମୁଥୟା ମୁରଲୀଧରନଙ୍କ ସହିତ ଅଶ୍ୱୀନଙ୍କ ରେକର୍ଡ ସମାନ ରହିଛି। ଉଭୟ ୬୬ଟି ଟେଷ୍ଟରେ ୩୫୦ ଓ୍ୱିକେଟ ନେବାରେ ସଫଳ ହୋଇଛନ୍ତି। ଟେଷ୍ଟ କ୍ରିକେଟରେ ୮୦୦ ଓ୍ୱିକେଟ ନେବାରେ ମୁରଲୀଧରନ ବିଶ୍ୱର ପ୍ରଥମ ବୋଲର ରହିଛନ୍ତି। ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ପାଳିରେ ଜାଡେଜା ୪ଟି ଓ ସାମି ୫ଟି ୱିକେଟ ନେଇଛନ୍ତି।

ପ୍ରଥମ ଇନିଂସ୍‌ରେ ୧୭୬ ରନ୍‌ କରିଥିବା ରୋହିତ ଦ୍ୱିତୀୟ ଇନିଂସ୍‌ରେ ଶତକ ହାସଲ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ।

ଶତକ ହାସଲ ପରେ ସେ ଆହୁରି ଆକ୍ରମଣାତ୍ମକ ରୂପ ଧାରଣ କରି ଲଗାତର ୩ଟି ବଲରେ ୩ଟି ଛକା ମାରି ଦଳର ସ୍କୋରକୁ ଦ୍ରୁତଗତିରେ ଆଗକୁ ନେଇଥିଲେ। ହେଲେ କେଶବ ମହାରାଜଙ୍କ ଏକ ବଲକୁ ବୁଝି ନ ପାରି ଶେଷରେ ରୋହିତ ଷ୍ଟମ୍ପିଂ ହୋଇଯାଇଥିଲେ। ରୋହିତ ଶର୍ମା ଏବଂ ମୟଙ୍କ ଅଗ୍ରଓ୍ୱାଲଙ୍କ ୩୧୭ ରନର ଓପନିଂ ଯୋଡ଼ି ଟିମ୍ ଇଣ୍ଡିଆର ପୂର୍ବତନ ଓପନର ବୀରେନ୍ଦ୍ର ସେହଓ୍ୱାଗ ଏବଂ ରାହୁଲ ଦ୍ରାବିଡଙ୍କ ୧୧ ବର୍ଷର ରେକର୍ଡ ଭାଙ୍ଗିଛି।



from Odisha Reporter https://ift.tt/2oRRXeX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages