ମୁମ୍ବାଇ: ଆପଣମାନେ ତ ଜାଣିଥିବା ୨୦୦୭ରେ ପରଦାକୁ ଆସିଥିବା ଖିଲାଡ଼ୀ କୁମାର ଅକ୍ଷୟଙ୍କ ଅନ୍ୟତମ ହିଟ୍ ଫିଲ୍ମ ‘ଭୁଲ୍ ଭୁଲୈୟା’ର ସିକ୍ୱେଲ୍ ନିର୍ମାଣ ହେବାକୁ ଯାଉଛି। ‘ଭୁଲ୍ ଭୁଲୈୟା ୨’ରେ ଲିଡ୍ ରୋଲ୍ରେ ଅଛନ୍ତି କାର୍ତ୍ତିକ ଆର୍ଯ୍ୟନ୍। ଆଉ ଏଥିରେ ତାଙ୍କ ନାୟିକା ସାଜିବେ କିୟାରା ଆଡ଼ଭାନୀ। ପ୍ରଥମ ଥର ପାଇଁ ଏହି ଦୁଇ ଜଣ ସ୍କ୍ରିନ୍ ଶେଆର୍ କରିବେ।
ଏକ ଖବର କାଗଜରେ ପ୍ରକାଶିତ ଖବର ଅନୁଯାୟୀ, ଦଶହରା ଦିନ ଅର୍ଥାତ୍ ୮ ତାରିଖରେ ଏହାର ଶୁଟିଂ ଆରମ୍ଭ ହେବ। ଏହା ପୂର୍ବରୁ ‘ଭୁଲ୍ ଭୁଲୈୟା ୨’ର ମୋସନ୍ ପୋଷ୍ଟର ରିଲିଜ୍ ହୋଇଥିଲା। ‘ଭୁଲ୍ ଭୁଲୈୟା’ରେ ଅକ୍ଷୟ କୁମାରଙ୍କୁ ଯେମିତି ଲୁକ୍ରେ ଦେଖିବାକୁ ମିଳିଥିଲା ଏହି ପୋଷ୍ଟର୍ରେ ଆର୍ଯ୍ୟନଙ୍କୁ ମଧ୍ୟ ସେମିତି ଲୁକ୍ରେ ଦେଖିବାକୁ ମିଳିଥିଲା।
ଗତ ଜୁନ୍ ମାସରେ ‘କବୀର ସିଂହ’ ରିଲିଜ୍ ହୋଇଥିଲା। ଏହି ଫିଲ୍ମଟି ବକ୍ସ ଅଫିସ୍ରେ ହିଟ୍ ହୋଇଥିବା ବେଳେ ଏଥିରେ ଶାହିଦ କପୁରଙ୍କ ସହ ସ୍କ୍ରିନ୍ ଶେଆର୍ କରିଥିଲେ କିୟାରା। ଏହି ଫିଲ୍ମରେ ଦୁଇ ଜଣଙ୍କ କେମେଷ୍ଟ୍ରୀକୁ ଲୋକେ ବେଶ୍ ତାରିଫ୍ କରିଥିଲେ। ଏବେ କିୟାରାଙ୍କ ଫ୍ୟାନ୍ମାନେ ଆର୍ଯ୍ୟନଙ୍କ ସହ ତାଙ୍କର ଯୋଡ଼ି କିପରି ହେବ, ତାହା ଦେଖିବାକୁ ଅପେକ୍ଷା କରିଛନ୍ତି।
ଅନ୍ୟପକ୍ଷରେ କାର୍ତ୍ତିକ ଆର୍ଯ୍ୟନଙ୍କୁ ଇମ୍ତିଆଜ୍ ଅଲିଙ୍କ ଏକ ଫିଲ୍ମରେ ଦେଖିବାକୁ ମିଳିବ। ଏଥିରେ ତାଙ୍କ ସହିତ ସାରା ଅଲି ଖାନ୍ ଅଛନ୍ତି। ଏହା ବ୍ୟତୀତ ତାଙ୍କୁ ‘ପତି ପତ୍ନୀ ଔର ଓ’ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଅନନ୍ୟା ପାଣ୍ଡେ ଓ ଭୂମି ପେଡ଼ନେକର ପ୍ରମୁଖ ଭୂମିକାରେ ଅଛନ୍ତି।
from Odisha Reporter https://ift.tt/2Opq60m
No comments:
Post a Comment