ହାତଗୋଡ଼ ବାନ୍ଧି ଜୀଅନ୍ତା ଜାଳିଦେଲେ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 6, 2019

ହାତଗୋଡ଼ ବାନ୍ଧି ଜୀଅନ୍ତା ଜାଳିଦେଲେ !

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ହାତଗୋଡ଼ ବାନ୍ଧି ଜଣେ ଯୁବକଙ୍କୁ ଜୀଅନ୍ତା ଜାଳି ଦିଆଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା  ବାଲିକୁଦା ଥାନା ଅଞ୍ଚଳରେ। ମୃତ ଯୁବକଙ୍କର ପରିଚୟ ଜଣାପଡ଼ି ନାହିଁ। ତେବେ ତାଙ୍କ ଘର ଖୋର୍ଦ୍ଧାରେ ବୋଲି ସୂଚନା ମିଳିଛି।

ଗତକାଲି ବିଳମ୍ୱିତ ରାତିରେ ପୁଲିସ୍‌ ଉକ୍ତ ଯୁବକଙ୍କୁ ଦା’ ଗାଁ  ପ୍ରାଥମିକ ସ୍କୁଲ୍‌ର ଛାତକୁ ଯାଇଥିବା ପାହାଚରୁ ଜଳନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା। ଏହାପରେ ତାଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା।

ସୂଚନା ଅନୁସାୟୀ, ଗତକାଲି ବିଳମ୍ୱିତ ରାତିରେ ସ୍କୁଲ୍‌ ପରିସରରୁ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଯାଇ ସେଠାରେ ପହଞ୍ଚି ଥିଲେ। ଏହି ସମୟରେ ଜଣେ ଯୁବକ ହାତଗୋଡ଼ ବନ୍ଧା ଥିବା ଅବସ୍ଥାରେ ନିଆଁରେ ଜଳୁଥିବା ଦେଖିଥିଲେ। ତାଙ୍କୁ କିଏ ନିଆଁ ଲଗାଇଥିବା ନେଇ ପଚାରାଯିବାରୁ ସେ କିଛି କହି ନଥିଲେ। ‘ମରିଯିବ’ କହି ସେ ଆଉ କିଛି କହିପାରି ନଥିଲେ। ସେ ଯୁବକ ଜଣକ କିଏ ଏବଂ ସେଠାରେ କିଏ  ତାଙ୍କୁ ପୋଡ଼ିଲା, ସେନେଇ ସଂଶୟ ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ଗତକାଲି ସନ୍ଧ୍ୟାରେ ଏହି ଅପରିଚିତ ଯୁବକ ଜଣକ  ବାଲିକୁଦା ବଜାରରେ ବୁଲୁଥିବା ପୁଲିସ୍ ସୂତ୍ରରୁ ସୂଚନା ମିଳିଛି । ପୁଲିସ୍‌ ଏ ପର୍ଯ୍ୟନ୍ତ ଏହା ହତ୍ୟାକାଣ୍ଡ ବୋଲି ସ୍ୱୀକାର କରି ନାହିଁ। ଘଟଣାସ୍ଥଳରୁ ଏକ ଛୋଟ ଛୁରୀ  ଜବତ ହୋଇଛି। ମୃତ ଯୁବକ ଛୁରୀରେ ହାତ କାଟି ଚଟାଣରେ ‘ମଧୁ’ ବୋଲି କିଛି ଲେଖିଥିବା ପୁଲିସ୍ ସୂଚନା ଦେଇଛି।

 



from Odisha Reporter https://ift.tt/2LOfzde

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages