ଉମରକୋଟ(କାର୍ତ୍ତିକ ମଲ୍ଲିକ): ଚଳନ୍ତା ବସ୍ରୁ ବାହାରି ଗଲା ଚକ। ହେଲେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ୪୦ ଯାତ୍ରୀ। ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିକଟ ମହେନ୍ଦ୍ରୀ ଗାଁ ନିକଟରେ।
ଆଜି ସକାଳ ପ୍ରାୟ ୬ଟା ସମୟରେ ବସ୍ଟି ଉମରକୋଟରୁ କୋରାପୁଟ ଅଭିମୁଖେ ଯାଉଥିଲା। ଏହି ସମୟରେ ଡାବୁଗାଁ ନିକଟ ମହେନ୍ଦ୍ରୀ ଗାଁ ନିକଟରେ ବସ୍ର ପଛ ୪ଟି ଚକ ବାହାରି ଧାନ ବିଲରେ ପଡ଼ିଥିଲା। ବସ୍ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।
ଡାବୁଗାଁ ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2BSZ3Tt
No comments:
Post a Comment