ଦେଶର ଆର୍ଥିକ ସ୍ଥିତିକୁ ନେଇ ମୁହଁ ଖୋଲିଲେ ମୁକେଶ ଅମ୍ୱାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 29, 2019

ଦେଶର ଆର୍ଥିକ ସ୍ଥିତିକୁ ନେଇ ମୁହଁ ଖୋଲିଲେ ମୁକେଶ ଅମ୍ୱାନୀ

ନୂଆଦିଲ୍ଲୀ: ଦେଶର ଆର୍ଥିକ ମାନ୍ଦାବସ୍ଥା ରହିଛି। ଏହାକୁ ନେଇ ଅନେକ ଶିଳ୍ପପତି ଏବଂ ବ୍ୟବସାୟୀ ବିଭିନ୍ନ ମତ ରଖି ସାରିଛନ୍ତି। ସାଉଦି ଆରବରେ ‘ରେଗୋସ୍ତାନରେ ଦାବୋସ’ ସମ୍ମିଳନୀ ଚାଲିଛି। ଏହି ଅବସରରେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ୱାନୀ ଯୋଗ ଦେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ତାଙ୍କ ମତରେ ଭାରତରେ ଯେଉଁ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି ତାହା ଅସ୍ଥାୟୀ। ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ମୋଦି ସରକାର ଯେଉଁ ସବୁ ପଦକ୍ଷେପ ନିକଟରେ ନେଇଛନ୍ତି ତାହା ସଫଳ ହେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସର ଅଭିବୃଦ୍ଧି ହାର ପ୍ରକାଶ ପାଇଥିଲା। ଯାହାକି ୫ ପ୍ରତିଶତ ରହିଛି। ଏହାକୁ ନେଇ କାଠଗଡ଼ାରେ ଏବେ ମୋଦି ସରକାଙ୍କ ଆର୍ଥିକ ନୀତି। ଦେଶର ଏଭଳି ମାନ୍ଦାବସ୍ଥା ମନୁଷ୍ୟକୃତ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଥିଲେ। ମୋଦି ସରକାରଙ୍କ ତାଙ୍କ ପ୍ରଥମ ସରକାରରେ ନେଇଥିବା ଜିଏସଟି, ନୋଟବନ୍ଦୀ ଭଳି ହଠାତ୍ ନିଷ୍ପତ୍ତି ଦେଶର ଅର୍ଥବ୍ୟବସ୍ଥା ଖରାପ ହେବାର କାରଣ ବୋଲି ମନମୋହନ ସିଂହ କହିଥିଲେ। ସେହିପରି ଆଇଏମଏଫ ମଧ୍ୟ ଭାରତର ଅଭିବୃଦ୍ଧି ହାରକୁ ନେଇ ଚିନ୍ତା ପ୍ରକଟ କରିଛି।



from Odisha Reporter https://ift.tt/2MWiqS4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages