ସରକାର ଅଲାଜୁକ: ସୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 13, 2019

ସରକାର ଅଲାଜୁକ: ସୁର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧିକ ମଦ ଦୋକାନ ଖୋଲିବା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଉଛି। ମଦ ଦୋକାନ ଖୋଲିବା ସହ ବିଭିନ୍ନ ମେଳା ମହୋତ୍ସବରେ ମଦ ବିକ୍ରି ପାଇଁ ଅସ୍ଥାୟୀ ଲାଇସେନ୍ସ ଦେବାକୁ ବି ଅବକାରୀ ବିଭାଗ, ଜିଲ୍ଲାପାଳମାନଙ୍କୁ ଚିଠି ଲେଖିବାପରେ ଏହାକୁ ଜୋରାଦାର ବିରୋଧ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ।

ସେ କହିଛନ୍ତି, ‘ବେକାର ଯୁବକମାନେ ମଦ ପିଇକି ପ୍ରତ୍ୟେକ ଦିନ ଚୋରି, ଧର୍ଷଣ ଓ ହତ୍ୟା କରୁଛନ୍ତି।’ ଆମେ ସରକାରଙ୍କ ମଦ ଦୋକାନ ଖୋଲିବା ପ୍ରସ୍ତବାକୁ ସବୁଠି ବିରୋଧ କରିବୁ। ଏମିତିକି ବିଧାନସଭା ଓ ବାହାରେ ମଧ୍ୟ ବିରୋଧ କରିବୁ । ଯେମିତି ମଦ ଦୋକାନ ନଖୋଲନ୍ତି।

ମଦ ଦୋକାନ ଖୋଲି ରାଜସ୍ୱ ବଢାଇବା ଉଦ୍ୟମକୁ ସୁର ଅଲାଜୁକ ବୋଲି କହିଛନ୍ତି। ମଦ ବିକ୍ରି କରି କ’ଣ ରାଜ୍ୟ ଚଳା ଯିବକି ବୋଲି ସେ ପ୍ରଶ୍ନ ମଧ୍ୟ କରିଛନ୍ତି। ତେବେ ସରକାରଙ୍କ ନିଷ୍ପତ୍ତିକୁ ବିଧାନସଭା ଭିତରେ ଓ ବାହାରେ ବିରୋଧ କରାଯିବ ସୁର କହିଛନ୍ତି।



from Odisha Reporter https://ift.tt/2Kim7Qo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages