କେନ୍ଦ୍ର ସରକାରଙ୍କୁ ରାଫେଲ୍‌ ଆଶ୍ୱସ୍ତି, ରିଭ୍ୟୁ ପିଟିସନ୍‌ ଖାରଜ କଲେ ସୁପ୍ରିମ୍‌କୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 13, 2019

କେନ୍ଦ୍ର ସରକାରଙ୍କୁ ରାଫେଲ୍‌ ଆଶ୍ୱସ୍ତି, ରିଭ୍ୟୁ ପିଟିସନ୍‌ ଖାରଜ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ରାଫେଲ୍ ଯୁଦ୍ଧ ବିମାନ ଚୁକ୍ତି ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରି ଆଗତ ହୋଇଥିବା ପିଟିସନ୍କୁ ଖାରଜ କରିଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଏଥସହିତ ଫ୍ରାନ୍ସର ଡାସଲ୍ଟ ବିମାନ ସହ ଚୁକ୍ତିକୁ ନେଇ କେନ୍ଦ୍ର ସରକାରଙ୍କୁ ଏକ ପ୍ରକାର ଆଶ୍ୱସ୍ତି ମିଳିଛି। ଗତ ମେ ୧୦ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି ସାରିବା ସହ ରାୟ ସ୍ଥଗିତ ରଖିଥିଲେ। ଏହି ଆବେଦନ ସବୁ ମଧ୍ୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିହ୍ନା, ଅରୁଣ ସୌରୀ ଏବଂ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କ ଆବେଦନ ମଧ୍ୟ ଥିଲା। ସେମାନେ ଏହି ୩୬ ଯୁଦ୍ଧ ବିମାନ ଚୁକ୍ତିର ନିଷ୍ପତ୍ତି ପ୍ରକ୍ରିୟାର ପୁନଃତଦନ୍ତ ଦାବି କରି ଆବେଦନ କରିଥିଲେ।

ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏବଂ ଜଷ୍ଟିସ୍‌ ଏସ୍‌କେ କାଉଲ ଓ ଜଷ୍ଟିସ୍‌ କେଏମ୍‌ ଯୋଶେଫ ସଦସ୍ୟ ଥିବା ଏହି ଖଣ୍ଡପୀଠ ଆଜି କହିଥିଲେ, ଏହି ମାମଲରେ ଏକ ଏଫ୍‌ଆଇଆର ରୁଜୁ ହେବା ଦରକାର ଏବଂ ଲକ୍ଷ୍ୟହୀନ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାର ଦରକାର ବୋଲି ଆମେ ମନେ କରୁନାହୁଁ। କୋର୍ଟ ଆହୁରି ମଧ୍ୟ କହିଥିଲେ, ଏହି ରିଭ୍ୟୁ ପିଟିସନ୍‌ସବୁର ଶୁଣାଣି କରିବାର ଆବଶ୍ୟକତା ନାହିଁ।

ସହ୍ନା, ସୌରୀ ଏବଂ ଭୂଷଣ ସେମାନଙ୍କ ପିଟିସନ୍‌ରେ ଅଭିଯୋଗ ଆଣିଥିଲେ, ୨୦୧୮ ମସିହାର ଏହି ରାୟ ସରକାର ବନ୍ଦ ଲଫାପାରେ ସ୍ୱାକ୍ଷରିତ ହୋଇନଥିବା କିଛି ନୋଟ୍‌ ଉପରେ ଭରସା କରି ଦିଆଯାଇଥିଲା। ଅନ୍ୟପକ୍ଷରେ ସରକାର କହିଥିଲେ, ଆବେଦନକାରୀମାନେ କେବଳ ଗଣମାଧ୍ୟମ ରିପୋର୍ଟ ଆଧାରରେ ଏହି ଆବେଦନ କରିଥିଲେ। ଗଣମାଧ୍ୟମ ରିପୋର୍ଟସବୁରେ ପ୍ରକାଶ ପାଇଥିଲା ସରକାର ଚୁକ୍ତି ବାବଦରେ ସମସ୍ତ ତଥ୍ୟ ସାର୍ବଜନୀନ କରିନାହାନ୍ତି।



from Odisha Reporter https://ift.tt/370h94x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages