ପୂଜା ନାଁରେ ମହିଳାଙ୍କୁ ଅସଦାଚରଣ, ଛେଚା ଖାଇଲେ ଭଣ୍ଡ ବାବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 3, 2019

ପୂଜା ନାଁରେ ମହିଳାଙ୍କୁ ଅସଦାଚରଣ, ଛେଚା ଖାଇଲେ ଭଣ୍ଡ ବାବା

ବାସୁଦେବପୁର (କିରିଟି ଦାସ): ପୂଜା ନାଁରେ ଜଣେ ମହିଳାଙ୍କୁ ଅସଦାଚରଣ କରି ଜଣେ ଭଣ୍ଡ ବାବା ନିସ୍ତୁକ ମାଡ଼ ଖାଇଛନ୍ତି। ପୁଲିସ୍ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଚୁଡ଼ାମଣି ସାମୁଦ୍ରିକ ଥାନା ଅନ୍ତର୍ଗତ ରାଧାନାଥପୁର ଗାଁରେ।

ସୂଚନା ଅନୁଯାୟୀ, ଗାଁର ଜଣେ ମହିଳାଙ୍କର ବିବାହର ୫ ବର୍ଷ ପରେ ବି  ପିଲାଛୁଆ ହୋଇ ନଥିବାରୁ କୁଷ୍ଣପୁର ଗାଁର ଭଣ୍ଡ ବାବା ଗୌରହରି ତଳା ତାଙ୍କୁ କିଛି ପୂଜାପାଠ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ। ତାଙ୍କ ପରାମର୍ଶରେ ମହିଳାଙ୍କ ପରିବାର ଲୋକେ ପୂଜା ବ୍ୟବସ୍ଥା କରିଥିଲେ। ଗତକାଲି ନିଶଦ୍ଦ ରାତିରେ ଭଣ୍ଡ ବାବା ଆସି ତାଙ୍କ ଘରେ ପୂଜା ପାଠ କରିବା ସହ ଶ୍ମଶାନରେ ତନ୍ତ୍ରମନ୍ତ୍ର କରିବାକୁ ଯାଇଥିଲେ। ଶ୍ମଶାନକୁ ସେ ଉକ୍ତ ମହିଳାଙ୍କୁ ଧରି ଯାଇଥିଲେ। ଉକ୍ତ ମହିଳାଙ୍କ ସ୍ୱାମୀ ଓ ଶ୍ୱଶୁର ବି ସେଠାକୁ ଯାଇଥିଲେ। ହେଲେ ଘଟଣାସ୍ଥଳରେ ଉପସ୍ଥିତ ନ ରହିବାକୁ ଭଣ୍ଡ ବାପା ମହିଳାଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କୁ କହିଥିଲେ। ତାଙ୍କ କଥାମାନି ସେମାନେ କିଛି ଦୂରକୁ ଚାଲି ଯାଇଥିଲେ। ଆଉ ଏହା ପରେ ଭଣ୍ଡ ବାବା ପୂଜା ପାଠ କରିବା ବାହାନାରେ ଉକ୍ତ ମହିଳାଙ୍କୁ ଅସଦାଚରଣ କରିଥିଲେ। ଏହାପରେ ମହିଳା ଜଣଙ୍କ ଚିତ୍କାର କରିଥିଲେ।  ତାଙ୍କ ପାଟି ଶୁଣି ତାଙ୍କ ସ୍ୱାମୀ ଓ ଶ୍ୱଶୁର ଦୌଡ଼ି ସେଠାରେ ପହଞ୍ଚିଥିଲେ। ସେମାନେ ବାବାକୁ ନିସ୍ତୁକ ପିଟିବା ସହିତ ଗାଁରେ ଆଣି ଅଟକ ରଖିଥିଲେ। ତା’ପରେ ପୁଲିସରେ ଜିମା ଦେଇଥିଲେ।



from Odisha Reporter https://ift.tt/2JMihP3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages