ଅକ୍ଷୟଙ୍କ ମନ ଜିତିଛନ୍ତି କୃତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 2, 2019

ଅକ୍ଷୟଙ୍କ ମନ ଜିତିଛନ୍ତି କୃତି

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ହାଉସ୍‌ଫୁଲ୍‌-୪’ ବକ୍ସ ଅଫିସ୍‌ରେ ଧମାକା କରୁଛି। ଖୁବ୍‌ଶୀଘ୍ର ଏହା ୨୦୦ କୋଟି କ୍ଲବ୍‌ରେ ସାମିଲ ହେବାକୁ ଯାଉଛି। ଫିଲ୍ମରେ ଅକ୍ଷୟ ଓ କୃତିଙ୍କ ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ତେବେ ଉଭୟଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଆଉ ଏକ ଖୁସି ଖବର ରହିଛି। ପୁଣି ଥରେ ଅକ୍ଷୟ ଓ କୃତି ସ୍କ୍ରିନ୍ ଶେଆର୍ କରିବାକୁ ଯାଉଛନ୍ତି।

ସୂଚନା ଅନୁଯାୟୀ, ‘ହାଉସ୍‌ଫୁଲ୍-୪’ ସେଟ୍‌ରୁ ଅକ୍ଷୟ ଓ କୃତିଙ୍କ ମଧ୍ୟରେ ଭଲ ବଣ୍ଡିଂ ହୋଇଯାଇଛି। ଏହି ଫିଲ୍ମରେ ପୂଜା ହେଗ୍‌ଡ଼େ ଓ କୃତି ଖରବନ୍ଦା ବି କାମ କରିଛନ୍ତି। ହେଲେ ଅକ୍ଷୟଙ୍କ ମନ ଜିତି ନେଇଛନ୍ତି କୃତି ସେନନ୍। କୃତିଙ୍କ କାମ ଅକ୍ଷୟଙ୍କୁ ବେଶ୍ ଭଲ ଲାଗିଛି। ତା’ ସହିତ କୃତିଙ୍କ ସହିତ ତାଙ୍କର ଅନ୍‌ସ୍କ୍ରିନ୍‌ ଯୋଡ଼ିକୁ ବି ଅକ୍ଷୟ ବହୁତ ପସନ୍ଦ କରିଛନ୍ତି।  ସେଥିପାଇଁ ତ ଯେତେବେଳେ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ପାଇଁ ଫିମେଲ୍‌ ଲିଡ୍‌ କାଷ୍ଟ କଥା ପଡ଼ିଲା, ଅକ୍ଷୟ ସର୍ବପ୍ରଥମେ ନିର୍ଦ୍ଦେଶକଙ୍କୁ କୃତିଙ୍କ ନାଁ କହିଥିଲେ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଫିଲ୍ମ ପାଇଁ କୃତିଙ୍କ ନାଁ ଉପରେ ମୋହର ବାଜି ସାରିଛି। ଫିଲ୍ମଟି ଆସନ୍ତା ବର୍ଷ ବଡ଼ଦିନରେ ପରଦାକୁ ଆସିବ।

ସୂଚନାଯୋଗ୍ୟ, ‘ବଚ୍ଚନ ପାଣ୍ଡେ’ ହେଉଛି ୨୦୧୪ରେ ରିଲିଜ୍ ହୋଇଥିବା ତେଲୁଗୁ ଫିଲ୍ମ ‘ବିରମ’ର ହିନ୍ଦୀ ରିମେକ୍‌। ଏହି ଫିଲ୍ମରେ ତମନ୍ନା ଭାଟ୍ଟିଆ ଓ ଅଜିତ୍ କୁମାର ଅଭିନୟ କରିଥିଲେ। ‘ବଚ୍ଚନ ପାଣ୍ଡେ’ର ପ୍ରଯୋଜନା ଭାର ସାଜିଦ ନାଦିଆଡ଼ୱାଲା ନେଇଥିବା ବେଳେ ନିର୍ଦ୍ଦେଶନା ଦେବେ ଫରହାଦ୍ ସାମଜୀ। ସେ ‘ହାଉସଫୁଲ୍‌-୪’ରେ ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି।

 

 



from Odisha Reporter https://ift.tt/2JMfxkJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages