ବିଚ୍ ରାସ୍ତାରେ ବିଜେଡି କର୍ମୀଙ୍କ ଉତ୍ପାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 3, 2019

ବିଚ୍ ରାସ୍ତାରେ ବିଜେଡି କର୍ମୀଙ୍କ ଉତ୍ପାତ

ଯାଜପୁର (ଅଭୟ ପତି): ବିଚ୍ ରାସ୍ତାରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ହେଲା ଠେଲାପେଲା ଓ ଗଣ୍ଡଗୋଳ। ତାହା ପୁଣି ବିଧାୟକଙ୍କ ଉପସ୍ଥିତିରେ। ଘଟଣାଟି ଘଟିଛି ଯାଜପୁର ଜିଲ୍ଲା କୋରାଇ ବ୍ଲକ ଖିଲିପଙ୍ଖା ଗାଁରେ।

ଗତକାଲି ଅପରାହ୍ଣରେ ଖିଲିପଙ୍ଖା ଗାଁରେ ଏକ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ବିଧାୟକ ଅଶୋକ ବଳ ଯୋଗ ଦେଇଥିଲେ। ହେଲେ ବିଧାୟକଙ୍କ ପାଖଲୋକ ବୋଲି ପ୍ରମାଣିତ କରିବା ନିମନ୍ତେ ବିଜେଡିର ୨ଗୋଷ୍ଠୀଙ୍କ ଭିତରେ ପ୍ରଥମେ ଆରମ୍ଭ ହୋଇଥିଲା ବଚସା। ପରେ ଏହା ଉଗ୍ରରୂପ ଧାରଣ କରିଥିଲା। ସେମାନଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ତା’ସହିତ ଦୁଇ ଗୋଷ୍ଠୀର ସଦସ୍ୟ ପରସ୍ପରକୁ ଅଶ୍ଳୀଳ ଭାଷାରେ ଗାଳିଗୁଳଜ ବି କରିଥିଲେ। ଶେଷରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୁଲିସ୍‌ ଏଥିରେ ହସ୍ତକ୍ଷେପ କରିଥିଲା। ପୁଲିସ୍ ସମସ୍ତଙ୍କୁ ସେଠାରୁ ଘଉଡ଼ାଇ ଦେଇଥିଲା। ବିଧାୟକ ମଧ୍ୟ ଏହାପରେ ଘଟଣାସ୍ଥଳରୁ ଚାଲିଯାଇଥିଲେ।

ଏ ଘଟଣା ନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।



from Odisha Reporter https://ift.tt/36tmVLK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages