ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍ର ଜଣେ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ହେଉଛନ୍ତି ଅଭିଜିତ୍ ମଜୁମ୍ଦାର। ସ୍ନେହରେ ତାଙ୍କୁ ସମସ୍ତେ ଦାଦା ବୋଲି ଡାକନ୍ତି। ଆଉ ଦାଦା ଓଲିଉଡ୍ରେ ପ୍ରାୟ ନୂଆ ଗାୟକ, ଗାୟିକାଙ୍କୁ ସୁଯୋଗ ଦିଅନ୍ତି। ସ୍ୱୟମ୍ ପାଢ଼ୀ, ମଣ୍ଟୁ ଛୁରିଆ ଓ ପ୍ରଜ୍ଞାଙ୍କୁ ସେ ଫିଲ୍ମରେ ଗାଇବାର ସୁଯୋଗ ଦେଇଛନ୍ତି। ତେବେ ନବାଗତଙ୍କ ଉପରେ କେମିତି ଏତେ ଭରସା କରିପାରନ୍ତି ଦାଦା?
ଏ ନେଇ ଦାଦା କହନ୍ତି, “ନବାଗତାଙ୍କୁ ଫିଲ୍ମରେ ଗାଇବାର ସୁଯୋଗ ଦେଇ ମୁଁ ମୋ ନିଜକୁ କେବେ ବି ସଫଳ ଭାବିନାହିଁ। ବରଂ ସେମାନଙ୍କ ପାଖରେ ଦକ୍ଷତା ଥାଏ। ମୋତେ କେବଳ ସେମାନଙ୍କ ଠାରେ ଥିବା ଦକ୍ଷତାକୁ ଚିହ୍ନିବାକୁ ହୁଏ।”
ସେ ଆହୁରି କହନ୍ତି, “ନୂଆ ନୂଆ ଗାୟକ ଓ ଗାୟିକା ମାନେ ଯେତେବେଳେ ଷ୍ଟୁଡିଓ ଆସନ୍ତି ଟିକେ ଡରି ଯା’ନ୍ତି। ତେଣୁ ସେମାନେ ଯେତେବେଳେ ଷ୍ଟୁଡିଓରେ ଥା’ନ୍ତି, ମୁଁ ବାହାରେ ଥାଇ ସେମାନଙ୍କ ସାମ୍ନାରେ ଡ୍ରାମା କରେ। ନାଚେ, ମଜା କରେ, ଅଭିନୟ କରେ, ଭିନ୍ନ ଭିନ୍ନ ଏକ୍ସପ୍ରେସନ୍ ଦିଏ ଓ ତା’ ସହିତ ସେମାନଙ୍କୁ ଫ୍ଲାଇଙ୍ଗ୍ କିସ୍ ମଧ୍ୟ ଦିଏ। ଏହାଦ୍ୱାରା ସେମାନେ ଖୁସି ହୁଅନ୍ତି ଓ ସହଜ ଅନୁଭବ କରନ୍ତି। ମୋର ବିଶ୍ୱାସ ଗୀତରେ ଟିକେ ଡ୍ରାମା ଦରକାର। ଆଉ ମୁଁ ସେ ଡ୍ରାମାକୁ ଖୋଜେ।”
ଦାଦାଙ୍କର ଏଭଳି ଉପାୟକୁ ନବାଗତ ଗାୟକ, ଗାୟିକା ମାନେ ବେଶ୍ ପସନ୍ଦ କରନ୍ତି। ସେମାନେ ଖୁବ୍ ଉତ୍ସାହିତ ହୁଅନ୍ତି ଓ ଗୀତଗୁଡ଼ିକୁ ସହଜରେ ଗାଇ ପାରନ୍ତି।
ଏଥିସହ ନବାଗତ ଗାୟକ, ଗାୟିକା ମାନଙ୍କୁ ଗୀତର ସ୍ଥିତିକୁ ଅନୁଭବ କରି ଗାଇବାକୁ ସବୁବେଳେ ପରାମର୍ଶ ଦିଅନ୍ତି ଦାଦା। ଫଳରେ ସଦାବେଳେ ତାଙ୍କ ଗୀତଗୁଡ଼ିକ ଭଲ ହୋଇଥାଏ।
ସୂଚନାଯୋଗ୍ୟ, ଅଭିଜିଦ୍ ମଜୁମ୍ଦାର ଫିଲ୍ମ ସହ ଅନେକ ଆଲବମ୍ ଓ ଭଜନରେ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।
from Odisha Reporter https://ift.tt/2QNNo0P
No comments:
Post a Comment