ନୈସର୍ଗିକ ଶୋଭାର ଭଣ୍ଡାର କଳାହାଣ୍ଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 23, 2019

ନୈସର୍ଗିକ ଶୋଭାର ଭଣ୍ଡାର କଳାହାଣ୍ଡି

  • ଡକ୍ଟର ସୁଶୀଳ କୁମାର ବାଗ୍‌

ଣ ପାହାଡ଼ ଘେରା କଳାହାଣ୍ଡି ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅନନ୍ୟ। ଏଠାକାର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ଯେତିକି ଆକର୍ଷିତ କରେ ଏଠାରେ ଥିବା ମନ୍ଦିର ଓ ଐତିହାସିକ କୀର୍ତ୍ତିରାଜି ବି ସେତିକି ମନ ମୋହେ। ଫୁଲ୍‌ ଝରନ୍ ଜଳପ୍ରପାତ ହେଉ କି ଜାକମ୍‌ ବଙ୍ଗଳା ଅବା କର୍ଲାପାଟ ଅଭୟାରଣ୍ୟ- ସବୁ ପର୍ଯ୍ୟଟନ ସ୍ଥଳୀ ଲୋକଙ୍କୁ ଆକୃଷ୍ଟ କରିଥାଏ। ତା’ହେଲେ ଆସନ୍ତୁ ଜାଣି ନେବା କଳାହାଣ୍ଡି ଜିଲ୍ଲାର ଏଇ ସବୁ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ସମ୍ପର୍କରେ।

ଫୁର୍‌ଲି ଝରନ୍‌

କଳାହାଣ୍ଡି ଜିଲ୍ଲାରେ ରିହିଛି କେତୋଟି ଛୋଟବଡ଼ ଜଳପ୍ରପାତ। ସେଥି ମଧ୍ୟରୁ ଫୁର୍‌ଲି ଝରନ୍‌ ଅନ୍ୟତମ। ଘଞ୍ଚ ଅରଣ୍ୟ ପରିବେଷ୍ଟିତ କର୍ଲାପାଟ ଅଭୟାରଣ୍ୟରେ ଅଛି ଫୁର୍‌ଲି ଝରନ୍‌ ଜଳପ୍ରପାତ। ପ୍ରାୟ ୪୦ଫୁଟ୍‌ ଉଚ୍ଚ ପାହାଡ଼ ଉପରୁ ଝରଣାର ପାଣି ତଳକୁ ଲମ୍ଫ ପ୍ରଦାନ କରୁଛି। ଫୁର୍‌ଲି ଝରନ୍‌ର ମନୋରମ ପ୍ରାକୃତିକ ପରିବେଷ ବର୍ଷ ତମାମ୍‌ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ବର୍ଷା ଋତୁରେ ଝରଣାର ସ୍ରୋତ ଅଧିକ ଥାଏ। ତେଣୁ ଦୂରରୁ ଥାଇ ପର୍ଯ୍ୟଟକମାନେ ଏହି ଜଳପ୍ରପାତର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥା’ନ୍ତି। ଜଳପ୍ରପାତର ମନୋରମ ଦୃଶ୍ୟ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ମନକୁ ବିଭୋର କରିଥାଏ। ପିକ୍‌ନିକ୍‌ ପାଇଁ ଏହା ଉପଯୁକ୍ତ ସ୍ଥାନ। ବିଶେଷ କରି ଶୀତ ଋତୁରେ ଫୁର୍‌ଲି ଝରନ୍‌ରେ ପର୍ଯ୍ୟଟକଙ୍କ ଭିଡ଼ ଜମେ। ଓଡ଼ିଶାର ବିଭିନ୍ନ ସ୍ଥାନ ସମେତ ଛତିଶଗଡ଼ରୁ ପର୍ଯ୍ୟଟକମାନେ ଏଠାକୁ ବୁଲାବୁଲି କରିବାକୁ ଆସନ୍ତି। ଭବାନୀପାଟଣା ତଥା ଆଖପାଖର ଲୋକମାନେ ଏଠାକୁ ପିକ୍‌ନିକ୍‌ କରିବାକୁ ଆସନ୍ତି।

ଜିଲ୍ଲା ସଦର ମହକୁମା ଭବାନୀପାଟଣାଠାରୁ ଫୁର୍‌ଲି ଝରନ୍‌ ଜଳପ୍ରପାତର ଦୂରତା ମାତ୍ର ୧୬ କିଲୋମିଟର। ଭବାନୀପାଟଣାଠାରୁ  ଥୁଆମୂଳ ରାମପୁର ରାସ୍ତାରେ ୧୨ କିଲୋମିଟର ଗଲେ ପଡ଼େ ଶଗଡ଼ା। ଶଗଡ଼ାଠାରୁ ମାତ୍ର ୪ କିଲୋମିଟର ଗଲେ ପଡ଼େ ଫୁର୍‌ଲି ଝରନ୍‌। ଭବାନୀପାଟଣାଠାରୁ ଟ୍ୟାକ୍ସି କିମ୍ବା ଅଟୋରେ ଫୁର୍‌ଲି ଝରନ୍‌ ଯାଇହେବ।

ଫୁର୍‌ଲି ଝରନ୍‌ ଜଳପ୍ରପାତ ବ୍ୟତୀତ ଘୁଷୁରୀ ଗୁଡ଼ି, ରାବଣ ଦର, ଖଣ୍ଡୁଆଳ ଓ ଗୋବର ଗୋଲା ଆଦି ଜଳପ୍ରପାତ ରହିଛି କଳାହାଣ୍ଡି ଜିଲ୍ଲାରେ। ଏହି ସବୁ ଜଳପ୍ରପାତ ପର୍ଯ୍ୟଟକଙ୍କ ହୃହୟରେ ଅପୂର୍ବ ଶିହରଣ ସୃଷ୍ଟି କରେ।

ଜାକମ୍‌ ବଙ୍ଗଳା

ଫୁର୍‌ଲି ଝରନ୍‌ଠାରୁ ୪ କିଲୋମିଟର ଗଲେ ପଡ଼େ ଜାକମ୍‌। ଏଠାରେ ରହିଛି ବନ ବିଭାଗର ଏକ କାଠ ନିର୍ମିତ ସୁଦୃଶ୍ୟ ଡାକ ବଙ୍ଗଳା। ଶଗଡ଼ା ନଦୀ କୂଳରେ ରହିଛି ଏହି କାଠ ନିର୍ମିତ ବଙ୍ଗଳା। ଏହି ଡାକ ବଙ୍ଗଳାରେ ବିଶେଷତ୍ୱ ହେଉଛି ଏହାର କାନ୍ଥ, ବାଡ଼, ଛାତ, ଚଟାଣ, କବାଟ ଓ ଝରକା ସବୁ କାଠରେ ନିର୍ମିତ। ସୁଟ୍‌ ସାଙ୍ଗକୁ ଏଠାରେ ରହିଛି ଏକ ୱାଚ୍ ଟାୱାର୍‌। ଡାକ ବଙ୍ଗଳାରେ ରହି ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରି ହେବ। ତେବେ ଏହି ଡାକ ବଙ୍ଗଳାରେ ରହିବା ପାଇଁ ବନ ବିଭାଗର ଅନୁମତି ଆବଶ୍ୟକ। ପର୍ଯ୍ୟଟକମାନେ ଭବାନୀପାଟଣା ଡିଏଫ୍‌ଓଙ୍କଠାରୁ ଅନୁମତି ନେଇ ଏଠାରେ ରହିପାରିବେ।

ଜାକମ୍‌ରେ ପିକ୍‌ନିକ୍‌ ପାଇଁ ଶୀତ ଋତୁରେ ବେଶ୍‌ ଭିଡ଼ ଜମେ। ଏଠାରେ ଥିବା ବିଭିନ୍ନ କିସମର ଫୁଲରେ ପରିପୂର୍ଣ୍ଣ ଉଦ୍ୟାନ ଦର୍ଶକଙ୍କୁ ଆନମନା କରିଦିଏ। ସେହିପରି ଏଠାରେ ରହିଛି ଅନେକ ଔଷଧୀୟ ବୃକ୍ଷଲତା। ପ୍ରାକୃତିକ ସୌନ୍ଦର୍ଯ୍ୟର ଆକର୍ଷଣ ତଥା ପିକ୍‌ନିକ୍‌ ପାଇଁ ପର୍ଯ୍ୟଟକମାନେ ଏଠାକୁ ଆସିଥାଆନ୍ତି। ତେବେ ଏଠାରେ ବନ୍ୟଜନ୍ତୁ ଭୟ ଥିବାରୁ ସନ୍ଧ୍ୟା ପୂର୍ବରୁ ଭୋଜି ସାରି ଫେରିବାକୁ ପଡ଼ିଥାଏ।

କର୍ଲାପାଟ ଅଭୟାରଣ୍ୟ

କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଅଭୟାରଣ୍ୟ ବେଶ୍‌ ପରିଚିତ। ସର୍ବଦା ଏଠାକାର ସୁନ୍ଦର ପ୍ରାକୃତିକ ପରିବେଶ ଓ ଜୀବଜନ୍ତୁ ପର୍ଯ୍ୟଟକଙ୍କର ମୁଖ୍ୟ ଆକର୍ଷଣ ହୋଇଆସିଛି। ଘଞ୍ଚ ବାଉଁଶ ଓ ଅନନ୍ୟ ଗଛଲତାରେ ପରିପୂର୍ଣ୍ଣ କର୍ଲାପାଟ ଜଙ୍ଗଲରେ ଶଗଡ଼ା ନଦୀ ସହିତ ଅନେକ ଛୋଟ ବଡ଼ ଝରଣା ରହିଛି। ଏହି ଜଙ୍ଗଲ ଭିତରେ ରହିଛନ୍ତି ହାତୀ, ବାଘ ଭାଲୁ, ଠେକୁଆ, ମୟୁର ଆଦି ବିଭିନ୍ନ ପ୍ରଜାତିର ପଶୁପକ୍ଷୀ। ଜୀବଜନ୍ତୁଙ୍କ ସୁରକ୍ଷା ଦୃଷ୍ଟିରୁ କର୍ଲାପାଟ ଜଙ୍ଗଲକୁ ୧୯୯୨ ମସିହାରୁ ସରକାର ଅଭୟାରଣ୍ୟ ଘୋଷଣା କରିଛନ୍ତି। ଫୁର୍‌ଲି ଝରନ୍‌ ଜଳପ୍ରପାତ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ କର୍ଲାପାଟ ଅଭୟାରଣ୍ୟ ବୁଲିବାର ସୁଯୋଗକୁ ହାତଛଡ଼ା କରିନଥା’ନ୍ତି। କର୍ଲାପାଟରେ ରହିଛି ମା’ ମାଣିକେଶ୍ୱରୀଙ୍କ ମନ୍ଦିର। ପର୍ଯ୍ୟଟକମାନେ ପ୍ରାକୃତିକ ପରିବେଶ ମଧ୍ୟରେ ମା’ଙ୍କୁ ଦର୍ଶନ କରି ଆପାର ଶାନ୍ତି ଲାଭ କରନ୍ତି।

ଅସୁରଗଡ଼ ଦୁର୍ଗ

ନର୍ଲା ଥାନା ଅଞ୍ଚଳରେ ରହିଛି ଐତିହାସିକ ଅସୁରଗଡ଼ ଦୁର୍ଗ। ନର୍ଲାଠାରୁ ମାତ୍ର ୫ କିଲୋମିଟର ଓ ରୁପ୍ରା ରେଳ ଷ୍ଟେସନ୍‌ଠାରୁ ମାତ୍ର ୩ କିଲୋମିଟର ଦୂରରେ ରହିଛି ଏହି ଦୁର୍ଗ। ଆଜି ବି ଏହି ଦୁର୍ଗର ଭଗ୍ନାବଶେଷ ଦେଖିଲେ ଜଣାପଡ଼େ ଯେ ଏହାର ନିର୍ମାଣ ଶୈଳୀ କେତେ ଉନ୍ନତ ମାନର ଥିଲା। ଏବେ ବି ପର୍ଯ୍ୟଟକ ଓ ଗବେଷକମାନଙ୍କ ପାଇଁ ଅସୁରଗଡ଼ ଦୁର୍ଗ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଦୁର୍ଗଭଳି କଳାହାଣ୍ଡି  ଜିଲ୍ଲାରେ ଆଉ ଏକ ପ୍ରାଚୀନ ଦୁର୍ଗ ହେଉଛି ଆମଠାଗୁଡ଼ ଦୁର୍ଗ।

 

 



from Odisha Reporter https://ift.tt/2DdRI1q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages