ସରକାର ଗଢ଼ିବା ପାଇଁ ଆସିଲା ନୂଆ ଫର୍ମୁଲା, ତିନି ଦଳ ଖୁସ୍! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 12, 2019

ସରକାର ଗଢ଼ିବା ପାଇଁ ଆସିଲା ନୂଆ ଫର୍ମୁଲା, ତିନି ଦଳ ଖୁସ୍!

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଆସନକୁ ନେଇ ମହାରାଷ୍ଟ୍ରରେ ତିନି ଦଳ (ଶିବସେନା-ଏନସିପି-କଂଗ୍ରେସ) ମଧ୍ୟରେ ଯେଉଁ ମତାନ୍ତର ରହିଛି ତାହା ଏବେ ସମାଧାନ ଆଡ଼କୁ ମୁହାଁଇଥିବା ସୂଚନା ରହିଛି। ରାଜ୍ୟରେ ଶିବସେନା ଏବଂ ଏନସିପି ଅଢ଼େଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ଆସନ ଏବଂ ୫ ବର୍ଷ ପାଇଁ ଉପମୁଖ୍ୟମନ୍ତ୍ରୀ ଆସନ କଂଗ୍ରେସ ପାଖରେ ରହିବ ବୋଲି ଚର୍ଚ୍ଚା ହେଉଛି। ଏବେ ତିନି ଦଳ ଏହି ରାଜନୀତିକ ଫର୍ମୁଲାରେ ସରକାର ଗଢ଼ିବା ଉପରେ ଚିନ୍ତା କରୁଥିବା ସୂଚନା ରହିଛି। ଶିବସେନା ୫୬ଟି, ଏନସିପି ୫୪ଟି ଆସନ ଜିତିଥିବାରୁ ଅଢ଼େଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ଆସନ ଏବଂ କଂଗ୍ରେସ ୪୪ଟି ଆସନ ଜିତିଥିବାରୁ ଉପମୁଖ୍ୟମନ୍ତ୍ରୀ ଆସନ ପାଇଁ ରାଜି ହୋଇଥିବା ସୂଚନା ରହିଛି।

ଗତକାଲି ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ କହିଥିଲେ, ଜମ୍ମୁ କଶ୍ମୀରରେ ପିଡିପି ସହ ଥିବା ରାଜନୀତିକ ମତଭେଦକୁ ଭୁଲି ବିଜେପି ସରକାର ଗଢ଼ିଥିଲା। ତେଣୁ ଶିବସେନା ମଧ୍ୟ ରାଜନୀତିକ ମତଭେଦକୁ ଭୁଲି ଏନସିପି-କଂଗ୍ରେସ ସହ ମିଶି ସରକାର ଗଢ଼ିବା ପାଇଁ ପ୍ରୟାସ କରୁଛି। ସେ କହିଥିଲେ ଯେ ଅନେକ ପ୍ରସଙ୍ଗରେ ଜେଡିୟୁ ସହିତ ବିଜେପିର ମତଭେଦ ରହିଛି। ହେଲେ ବିହାରରେ ଏକାଠି ହୋଇ ସରକାର କରିଛନ୍ତି ଦୁଇ ଦଳ।

ସୂଚନାଯୋଗ୍ୟ, ଶିବସେନା ଓ ଏନସିପି ମିଶି ସରକାର ଗଢ଼ିବା ପାଇଁ ରାଜି ହେଉଥିବା ବେଳେ କଂଗ୍ରେସ ପଛଘୁଞ୍ଚା ଦେଉଥିବା ଦେଖିବାକୁ ମିଳିଛି। ତେଣୁ ଏବେ କଂଗ୍ରେସକୁ ଉପମୁଖ୍ୟମନ୍ତ୍ରୀ ଆସନ ଦେଇ ଦୁଇ ଦଳ ଶିବସେନା ଏବଂ ଏନସିପି ସନ୍ତୁଷ୍ଟ କରିବାକୁ ଚାହୁଁଛନ୍ତି।



from Odisha Reporter https://ift.tt/34U90N0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages