ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 12, 2019

ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମାଲକାନଗିରି (ଜିତେନ୍ଦ୍ର ବେଉରା): ହଷ୍ଟେଲ ପରିସରରେ ଥିବା ଏକ ଗଛରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏଭଳି ଦେଖିବାକୁ ମିଳିଛି ମାଲକାନଗିରି କେନ୍ଦ୍ରାଗୁମ୍ଫା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ।

ମୃତ ଛାତ୍ରଙ୍କ ନାଁ ଭୀମରାଜ ପଡ଼ିଆମୀ। ତାଙ୍କ ଘର ତେନ୍ତୁଳିଗୁଡ଼ାରେ ବୋଲି ଜଣାପଡ଼ିଛି। ଗତକାଲି ଭୀମରାଜଙ୍କୁ ତାଙ୍କ ବାପା ଆଣି ହଷ୍ଟେଲରେ ଛାଡ଼ିଥିଲେ। ଆଜି ତାଙ୍କ ମୃତଦେହ ହଷ୍ଟେଲ ପରିସରରେ ଥିବା ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା।

ସ୍କୁଲ କର୍ତ୍ତପକ୍ଷ ଶିବଦତ୍ତ ସରକାର କହିଛନ୍ତି,“ପିଲାଟିର ପାଠ ପଢ଼ିବାକୁ ଇଚ୍ଛା ନଥିଲା। ବାରମ୍ବାର ସେ ହଷ୍ଟେଲରୁ ଘରକୁ ପଳାଇ ଯାଉଥିଲା। ତାର ବାପା ତାକୁ ଆଣି ହଷ୍ଟେଲରେ ଛାଡ଼ୁଥିଲେ। ଗତକାଲି ମଧ୍ୟ ତାର ବାପା  ତାକୁ ଆଣି ହଷ୍ଟେଲରେ ଛାଡ଼ିଥିଲେ।” ତେବେ ଏନେଇ ମୃତ ଛାତ୍ରଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2Qbmks6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages