ଜୁହିଙ୍କୁ ବାହା ହୋଇଥା’ନ୍ତେ ଆମୀରଙ୍କ ଭଣଜା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 12, 2019

ଜୁହିଙ୍କୁ ବାହା ହୋଇଥା’ନ୍ତେ ଆମୀରଙ୍କ ଭଣଜା !

ମୁମ୍ବାଇ: ଆଜି ହେଉଛି ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ଜୁହି ଚାୱଲାଙ୍କ ଜନ୍ମଦିନ। ଆଜି ସେ ୫୨ ବର୍ଷରେ ପାଦ ଥାପିଛନ୍ତି। ‘କୟାମତ୍‌ ସେ କୟାମତ୍ ତକ୍‌’, ‘ପ୍ରତିବନ୍ଧ’, ‘ବୋଲ୍ ରାଧା ବୋଲ୍’, ‘ହମ୍‌ ହେଁ ରାହି ପ୍ୟାର୍‌ କେ’, ‘ଡର୍’, ‘ରାମ୍ ଜାନେ’, ‘ଦିୱାନା ମସ୍ତାନା’, ‘ୟେସ ବସ୍’ ଓ ‘ଇଶ୍କ’ ଭଳି ଫିଲ୍ମରେ କାମ କରିଥିବା ଜୁହି ସେତେବେଳେ କେବଳ ଯୁବ ପିଢ଼ିର କ୍ରସ୍ ନଥିଲେ, ଛୋଟ ପିଲା ବି ତାଙ୍କୁ ଖୁବ୍ ଭଲ ପାଉଥିଲେ। ଆଉ ସେମାନଙ୍କ ମଧ୍ୟରେ ଜଣେ ଥିଲେ ଆମୀର ଖାନ୍‌ଙ୍କ ଭଣଜା ତଥା ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌। ଏମିତିକି ସେ ଥରେ ଜୁହିଙ୍କୁ ବାହା ହେବେ ବୋଲି ପ୍ରୋପୋଜ୍ ବି କରି ଦେଇଥିଲେ। ଇମ୍ରାନ୍ ଥରେ ଏକ ସାକ୍ଷାତକାରରେ ଏ କଥା କହିଥିଲେ।

ଛୋଟ ବେଳେ ଇମ୍ରାନ୍ ବେଳେ ବେଳେ ଆମୀରଙ୍କ ଶୁଟିଂ ସେଟ୍‌କୁ ଯାଉଥିଲେ। ଥରେ ଶୁଟିଂ ସେଟ୍‌ରେ ସେ ଜୁହିଙ୍କୁ ପ୍ରୋପୋଜ୍ କରିବା ସହିତ ଏକ ମୁଦି ବି ଦେଇଥିଲେ। ମୁଦିଟିକୁ ଜୁହି ଗ୍ରହଣ କରିଥିଲେ। ତେବେ ଇମ୍ରାନ୍‌ଙ୍କ ଏହି ପ୍ରେମ ମାତ୍ର ତିନି ଚାରି ଦିନ ଚାଲି ପାରିଥିଲା। ତା’ପରେ ସେ ଜୁହିଙ୍କଠାରୁ ଉକ୍ତ ମୁଦି ବି ନେଇ ଯାଇଥିଲେ।

ସୂଚନାଯୋଗ୍ୟ, ୧୯୮୬ ମସିହାରେ ଫିଲ୍ମ ‘ସଲତ୍‌ନତ୍‌’ ଜରିଆରେ ସେ ବଲିଉଡ୍‌ରେ ‘ଡେବ୍ୟୁ’ କରି ଥିଲେ। ତେବେ ୧୯୮୮ରେ ରିଲିଜ୍ ହୋଇଥିବା ଫିଲ୍ମ ‘କୟାମତ୍ ସେ କୟାମତ୍ ତକ୍’ରେ ତାଙ୍କୁ ସମସ୍ତେ ଜାଣିଲେ। ଏଥିରେ ସେ ଆମୀର ଖାନ୍‌ଙ୍କ ସହିତ ଅଭିନୟ କରିଥିଲେ। ଆମୀରଙ୍କ ବ୍ୟତୀତ ଗୋବିନ୍ଦା, ଋଷି କପୁର, ଅନୀଲ କପୁର, ଶାହାରୁଖ ଖାନ୍, ଅଜୟ ଦେବଗନ, ଅକ୍ଷୟ କୁମାର ଓ ସନି ଦେଓଲଙ୍କ ଭଳି ଷ୍ଟାରଙ୍କ ସହିତ ସେ ଅଭିନୟ କରିଛନ୍ତି।



from Odisha Reporter https://ift.tt/2KiT7Yu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages